ETV Bharat / state

ପଶମ ଟୋପି ତିଆରି କରି ବିଶ୍ବ ରେକର୍ଡ କଲେ କନ୍ଧମାଳ ଝିଅ

author img

By

Published : Nov 10, 2022, 10:46 AM IST

ଗିନିଜ ୱାର୍ଲଡ ରେକର୍ଡ ହାସଲ କରିଲେ କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳର ସନ୍ଧ୍ୟାରାଣୀ ବେହେରା । ପଶମ ଟୋପି ତିଆରି କରି ସେ ଏହି ରେକର୍ଡ ହାସଲ କରିପାରିଛନ୍ତି । ଅଧିକ ପଢନ୍ତୁ

ପଶମ ଟୋପି ତିଆରି କରି ଗିନିଜ ୱାର୍ଲଡ ରେକର୍ଡ କଲେ କନ୍ଧମାଳ ଝିଅ

ଫୁଲବାଣୀ: ପଶମ ଟୋପି ତିଆରି କରି ଗିନିଜ ୱାର୍ଲଡ ରେକର୍ଡରେ ନିଜକୁ ସାମିଲ କରିପାରିଛନ୍ତି ଓଡିଆ ଝିଅ ସନ୍ଧ୍ୟାରାଣୀ । କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳର ସନ୍ଧ୍ୟାରାଣୀ ବେହେରା ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇ ଚର୍ଚ୍ଚାକୁ ଆସିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ୧୮ରେ ବିଶାଖପାଟନାରେ ଅନୁଷ୍ଠିତ ପଶମ ସୁତା ନିର୍ମିତ ଟୋପି ଉପରେ ହୋଇଥିବା ଏକ ପ୍ରତିଯୋଗିତାରେ ଭାଗ ନେଇ ଏହି ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ସନ୍ଧ୍ୟା ।

ଏହି ପ୍ରତିଯୋଗିତାରେ ଦୁଇଶହ ଚାଳିଶ କିସମର ରଙ୍ଗ ବେରଙ୍ଗର ପଶମ ଟୋପି ପ୍ରଦର୍ଶିତ କରି ସେ ବିଚାରକ ମାନଙ୍କ ମନ ଜିଣିଥିଲେ । ଏହା କରିବାକୁ ତାଙ୍କୁ ଏକମାସ ସମୟ ଲାଗିଥିବା କହିଛନ୍ତି ସନ୍ଧ୍ୟା । ପ୍ରତିଯୋଗିତାରେ ଓଡିଶାରୁ ଚାରି ଜଣ ଅଂଶ ଗ୍ରହଣ କରିଥିଲେ । ସନ୍ଧ୍ୟା ରାଣୀଙ୍କୁ ଗିନିଜ ବୁକ ଅଫ ୱାର୍ଲଡ ପକ୍ଷରୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କୃତିତ୍ବ ହାସଲ କରିବା ପରେ ବେଶ ଖୁସି ବ୍ୟକ୍ତ କରିବା ସହ ଏହା ତାଙ୍କର ଆଗ୍ରହ, ନିଷ୍ଠା, ପରିଶ୍ରମର ଫଳ ବୋଲି କହିଛନ୍ତି l

ଏହା ମଧ୍ୟ ପଢନ୍ତୁ: T20 World Cup: ଆଜି ଦ୍ବିତୀୟ ସେମିଫାଇନାଲ, ଭାରତ-ଇଂଲଣ୍ଡ ମହାମୁକାବିଲା

ସନ୍ଧ୍ୟାଙ୍କ କଲେଜ ପଢୁଆ ଝିଅ ସୃତିସୁଧା ମଧ୍ୟ ମାଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି । ସନ୍ଧ୍ୟାରାଣୀ ଏବେ ରେଳ ବିଭାଗରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି । ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ପରେ କନ୍ଧମାଳ ସାଂସଦ ଡ଼ଃ. ଅଚ୍ୟୁତ ସାମନ୍ତ ଖୁସି ବ୍ୟକ୍ତ କରିବାସହ ସନ୍ଧ୍ୟାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଚକାପାଦ ବିଡ଼ିଓ ଅନିଲ ପଟନାୟକ ପ୍ରମୁଖ ସନ୍ଧ୍ୟାରାଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉନ୍ନତି କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ ସନ୍ଧ୍ୟାରାଣୀ ପୂର୍ବରୁ ମଧ୍ୟ ୨୦୧୮-୧୯ରେ ଏଭଳି କୃତିତ୍ବ ହାସଲ କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.