ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଉଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଏଭଳି କଟକଣା ଲଗାଯାଇଛି ।
ତେବେ ଲୋକଙ୍କ ସୁବିଧା ପାଇଁ ଜଣେ ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଶୁଣିବା ମୁଖ୍ୟ ଫାଟକରେ ବ୍ୟବସ୍ଥା କରାଯାଇଛି । ଅଧିକାରୀଙ୍କ ସହିତ ପୋଲିସ ମଧ୍ୟ ମୁଖ୍ୟ ଫାଟକରେ ରହୁଛନ୍ତି । ଆସୁଥିବା ଲୋକଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ଏବଂ ସମାଧାନ କରୁଛନ୍ତି । ବିନା କାରଣରେ ଭିତରେ ବୁଲାବୁଲି ଉପରେ ନିୟନ୍ତ୍ରଣ ଲଗାଯାଇଛି । ଜିଲ୍ଲା ଅଫିସରେ କେତେକ କର୍ମଚାରୀ ଓ ଅଧିକାରୀ ଆକ୍ରାନ୍ତ ହେବା ପରେ ଏପରି ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।
ତେବେ ଜିଲ୍ଲାର ଅନ୍ୟ କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ କଟକଣା ଲଗାଯାଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ