ETV Bharat / state

ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡ଼ାବାନ୍ତି, କନ୍ଧମାଳରେ ୧୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Aug 6, 2022, 8:57 AM IST

କନ୍ଧମାଳରେ ଝାଡ଼ାବାନ୍ତି ଆତଙ୍କ । ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

diarrhoea infected in kandhamal
ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡ଼ାବାନ୍ତି, କନ୍ଧମାଳରେ ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ଫୁଲବାଣୀ: ଉଗ୍ରରୂପ ନେଉଛି ଝାଡ଼ାବାନ୍ତି । କାଶୀପୁର, କୋରାପୁଟ,ନବରଙ୍ଗପୁର ଏବଂ ଝାରସୁଗୁଡ଼ା ପରେ କନ୍ଧମାଳ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ଝାଡ଼ାବାନ୍ତି । ଜିଲ୍ଲାର ଖଜୁରିପଡ଼ା ବ୍ଲକ ପିରିକୁଡି ସେବାଶ୍ରମର ୧୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଝାଡ଼ାବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

କନ୍ଧମାଳରେ ୧୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ସମସ୍ତ ଆକ୍ରାନ୍ତଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତ ତିନିଦିନ ହେଲା ଛାତ୍ରଛାତ୍ରୀଙ୍କ ଦେହ ଅସୁସ୍ଥ ରହିଥିଲା । ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସାଳୟରୁ ଗୋଟିଏ ଡାକ୍ତରୀ ଟିମ୍‌କୁ ଡକାଇ ପିଲାଙ୍କ ଚିକିତ୍ସା କରାଇଥିଲେ । କିନ୍ତୁ ସ୍ବାସ୍ଥ୍ୟରେ ସୁଧାର ନ ଆସିବାରୁ ସେମାନଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାଶ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.