ETV Bharat / state

Cold Wave Intensifies In Kandhamal: କନ୍ଧମାଳରେ ଅସହ୍ୟ ଶୀତ, ୧୧ଟା ପୂର୍ବରୁ ଛାଡୁନି କୁହୁଡି

ରାଜ୍ୟରେ ଅସହ୍ୟ ଶୀତ ଲହରୀ ଜାରି ରହିଛି । ପ୍ରବଳ ଶୀତରେ ଥରୁଛନ୍ତି କନ୍ଧମାଳବାସୀ (heavy cold wave in kandhamal ) । ସକାଳୁ ସକାଳୁ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ସୂର୍ଯ୍ୟକିରଣ ନ ପଡିବା ଯାଏଁ କେହି ଘରୁ ବାହାରୁ ନାହାଁନ୍ତି । ପୂର୍ବାହ୍ନ ୧୧ଟା ପୂର୍ବରୁ କୁହୁଡି ଛାଡିବାର ନାଁ ନେଉନାହିଁ । ଅଧିକ ପଢନ୍ତୁ

author img

By

Published : Dec 19, 2021, 11:30 AM IST

କନ୍ଧମାଳରେ ଅସହ୍ୟ ଶୀତ; ୧୧ଟା ପୂର୍ବରୁ ଛାଡୁନି କୁହୁଡି

ଫୁଲବାଣୀ: ରାଜ୍ୟରେ ଅସହ୍ୟ ଶୀତ ଲହରୀ ଜାରି ରହିଛି । ପ୍ରବଳ ଶୀତରେ ଥରୁଛନ୍ତି କନ୍ଧମାଳବାସୀ (heavy cold wave in kandhamal) । ସକାଳୁ ସକାଳୁ ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ସୂର୍ଯ୍ୟକିରଣ ନ ପଡିବା ଯାଏଁ କେହି ଘରୁ ବାହାରୁ ନାହାଁନ୍ତି । ପୂର୍ବାହ୍ନ ୧୧ଟା ପୂର୍ବରୁ କୁହୁଡି ଛାଡିବାର ନାଁ ନେଉନାହିଁ । କିଛି ଦିନ ବ୍ୟବଧାନରେ କନ୍ଧମାଳ ଜିଲ୍ଲାରେ ତାପମାତ୍ରା ଦୁଇ ଅଙ୍କ ତଳକୁ ଖସିଛି । ରାଜ୍ୟର ସର୍ବାଧିକ ଶୀତ ଏବଂ ସର୍ବନିମ୍ନ ତାପମାତ୍ରା ଆଜି ଓଡିଶାର କାଶ୍ମୀର କୁହାଯାଉଥିବା ଫୁଳବାଣୀର ଦାରିଙ୍ଗବାଡିରେ ରହିଛି ।

ଜିଲ୍ଲା ପାଣିପାଗ ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ସୂଚନାଅନୁସାରେ ଆଜି ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀରେ ୯.୫ ଡିଗ୍ରୀ ରହିଛି । ଏହି ବର୍ଷ ଜିଲ୍ଲରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡିରେ ୬.୫ ଡିଗ୍ରୀ ଓ ଫୁଲବାଣୀରେ ୭.୫ ଡିଗ୍ରୀ ରେକର୍ଡ଼ କରାଯାଇଛି । ଏହାର ପ୍ରଭାବରେ ଫୁଲବାଣୀ, ଦାରିଙ୍ଗବାଡି, ଫିରିଙ୍ଗିଆ,ରାଇକିଆ, ଘୁ.ଉଦୟଗିରି, ତୁମୁଡିବନ୍ଧ, କନୁଆଗାଁ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହୋଇଛି । ଭୀଷଣ ଜାଡ ଯୋଗୁଁ ସକାଳୁ ଲୋକେ ଘରୁ ବାହାରକୁ ବାହାରୁନାହାନ୍ତି । ଲଘୁଚାପ ପ୍ରଭାବ ଶେଷ ହେବାପରେ ପରେ ଗତ ୧୪ ତାରିଖଠାରୁ ଜିଲ୍ଲାର ଦାରିଙ୍ଗବାଡି ଏବଂ ଫୁଲବାଣୀରେ ତାପମାତ୍ରା ତଳମୁହାଁ ହେଉଛି । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ଛାଇ ହୋଇ ରହୁଛି ।

ସକାଳ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ରହୁଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନରେ ବାଧା ସୃଷ୍ଟି ହେଉଛି । କୁହୁଡିରେ ଲୋକଙ୍କୁ ରାସ୍ତାଘାଟ ମଧ୍ୟ ଠିକ ଭାବରେ ଦେଖାଯାଉନାହିଁ । ଫଳରେ ରାସ୍ତାରେ ପାଦରେ ଚାଲିବା ଏବଂ ଗାଡି ମଟର ମଧ୍ୟ ଯାତାୟାତ କରିବା ଅସୁବିଧା ହେଉଛି । ଆଗକୁ ଅହୁରି ଅଧିକ ଶୀତ ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି । ଏତେ ଶୀତରେ ପରେ ବି ଶୀତକୁ ହରାଇବା ପାଇଁ ସକାଳୁ କିଛି ଲୋକ ବ୍ୟାୟାମ କରିବାକୁ ପଡିଆରେ ପହଞ୍ଚିଛନ୍ତି । ସେମାନଙ୍କର ଦୈନିକ ବ୍ୟାୟାମ କରିବା ସହିତ ଶୀତର ମଜା ନେଉଥିବାର ଦେଖିବାକୁ ମିଳୁଛି । ଜିଲ୍ଲାରେ ଅସହ୍ୟ ଜାଡ ବାସହୀନ ଗରିବ ଲୋକଙ୍କ ପାଇଁ କଷ୍ଟକର ହୋଇଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.