ETV Bharat / state

ମାଛ ମାରିବା ବେଳେ ହାତବୋମା ଫୁଟି ଜଣେ ଗୁରୁତର - ମାଛ ମାରିବା ବେଳେ ଫୁଟିଲା ବୋମା

ମାଛ ମାରିବା ପାଇଁ ନଦୀକୁ ବୋମା ଫିଙ୍ଗୁଥିବା ବେଳେ ବିସ୍ଫୋରଣ ହୋଇ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ...

bomb blast under salunki bridge, bomb blast in phulbani,  ହାତବୋମା ଫୁଟି ଜଣେ ଗୁରୁତର, ମାଛ ମାରିବା ବେଳେ ଫୁଟିଲା ବୋମା, ସାଲୁଙ୍କି ପୋଲ ତଳେ ଫୁଟିଲା ବୋମା
ମାଛ ମାରିବା ବେଳେ ହାତବୋମା ଫୁଟି ଜଣେ ଗୁରୁତର
author img

By

Published : Jan 8, 2020, 8:22 PM IST

Updated : Jan 9, 2020, 12:20 AM IST

ଫୁଲବାଣୀ: କଲେଜ ଛକ ପିଲା ସାଲୁଙ୍କି ପୋଲ ତଳେ ବୋମା ଫୁଟିଥିବା ଜଣାପଡିଛି । ବୋମା ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉଡିଯାଇଥିବା ବେଳେ ମୁହଁ ଓ ଶରୀରରେ ଗୁରୁତର ଆଘାତ ଲାଗିଛି।

ମାଛ ମାରିବା ବେଳେ ହାତବୋମା ଫୁଟି ଜଣେ ଗୁରୁତର

ମାଛ ମାରିବା ପାଇଁ ନଦୀକୁ ବୋମା ଫିଙ୍ଗୁଥିବା ବେଳେ ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ କହିଛି। ଗୁରୁତର ବ୍ୟକ୍ତି ସଦର ଥାନା ଅନ୍ତର୍ଗତ ବିଶିପଡା ମାଝିପଡାର ଜଗନ୍ନାଥ ବେହେରା ବୋଲି ଜଣା ପଡିଛି। ଅତି ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଟାଉନ ପୋଲିସ ଫୁଲବାଣୀ ଜିଲ୍ଲା ମେଡିକାଲରେ ପହଁଞ୍ଚି ତଦନ୍ତ କରିଛି। ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇଁ ଦମକଳ ବାହୀନି ଘଟଣାସ୍ଥଳରେ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡ଼ିକାଲକୁ ନେଇଥିଲା। ଗୁରୁତର ଜଗନ୍ନାଥ ଫୁଲବାଣୀ ସାଲୁଙ୍କି ସାହିରେ ରହୁଥିଲେ। ଖୋଲାଖୋଲି ଏପରି ହାତବୋମା ବ୍ୟବହାର ହେବା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:ଫୁଲବାଣୀ କଲେଜ ଛକ ପିଲା ସାଲୁଙ୍କି ପୋଲ ତଳେ ଫୁଟିଛି ବୋମା। ବୋମା ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଡାହାଣ ହାତ ଉଡିଯାଇଥିବା ବେଳେ ମୁହଁ ଓ ଶରୀରରେ ଗୁରୁତର ଆହତ ଲାଗିଛି। ମାଛ ମାରିବା ପାଇଁ ନଦୀକୁ ବୋମା ଫିଙ୍ଗୁଥିବା ବେଳେ ବିସ୍ଫୋରଣ ହୋଇଥିବା ପୋଲିସ ପ୍ରାଥମିକ ଭାବେ କହିଛି। ଗୁରୁତର ଆହତ ସଦର ଥାନା ଅନ୍ତର୍ଗତ ବିସିପଡା ମାଝିପଡାର ଜଗନ୍ନାଥ ବେହେରା। ଅତି ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Body:ଟାଉନ ପୋଲିସ ଫୁଲବାଣୀ ଜିଲ୍ଲା ମେଡିକାଲ୍ରେ ପହଂଚି ତଦନ୍ତ କରିଛି। ବଡ଼ ବିସ୍ଫୋରଣ ପରେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଫୁଲବାଣୀ ଦମକଳ ବାହିନି ପହଞ୍ଚି ଉଦ୍ଧାର କରିବା ପରେ ମେଡ଼ିକାଲକୁ ନେଇଥିଲେ। ଗୁରୁତର ଜଗନ୍ନାଥ ଫୁଲବାଣୀ ସାଲୁଙ୍କି ସାହିରେ ରହୁଥିଲେ। ଖୋଲାଖୋଲି ଏପରି ହାତବୋମା ବ୍ୟବହାର ହେବା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି।

Conclusion:କନ୍ଧମାଳରୁ ସଦାଶିବ ପାତ୍ର,ଈଟିଭି ଭାରତ
Last Updated : Jan 9, 2020, 12:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.