ETV Bharat / state

29 ବର୍ଷ ପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ - ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ

ନିଜ ପରିଚୟ ଖୋଜିବାକୁ ସୂଦୁର ବେଲଜିୟମରୁ କନ୍ଧମାଳକୁ ଆସିଲେ ଯୁବତୀ । ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3 ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି । ଅଧିକ ପଢ଼ନ୍ତୁ

after many years Odia girl return home from belgium
29 ବର୍ଷପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ
author img

By

Published : Jul 9, 2022, 10:46 AM IST

ଫୁଲବାଣୀ: ଆଗ୍ଲୋଂ ଇଣ୍ଡିଆନ ମନକୁ ଦେଇଥିଲା କଷ୍ଟ, ଭାବିବାକୁ ବାଧ୍ୟ୍ୟ କଲା ମୁଁ କିଏ । ତାପରେ ଖୋଜିଥିଲା ନିଜ ପରିଚୟ । 29 ବର୍ଷ ପୂର୍ବେ ଓଡ଼ିଶାର କନ୍ଧମାଳର ଏକ ଆଶ୍ରମରୁ ବିଦେଶ ଦମ୍ପତି 3ମାସର ଶିଶୁ କନ୍ୟା ପୋଷ୍ୟ ସନ୍ତାନ କରି ବିଦେଶ ନେଇ ଯାଇଥିଲେ । କିନ୍ତୁ 29 ବର୍ଷ ପରେ ଯୁବତୀ ଜଣକ ବିଦେଶରୁ ନିଜ ଜନ୍ମ ମାଟିକୁ ଫେରି ଆସିଛନ୍ତି ।

29 ବର୍ଷପରେ ବିଦେଶରୁ ଜନ୍ମମାଟିକୁ ଫେରିଲେ ଓଡ଼ିଆ ଝିଅ

କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ ମସିହାରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁ କନ୍ୟାକୁ ଘୁ.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମ ଠାରେ ଛାଡ଼ିଥିଲେ । ସେହି ୩ ମାସର ଝିଅ ଯାହାର ନାଁ ଥିଲା ମାମିନା । କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ଦମ୍ପତି ଝିଅକୁ ଭୁବନେଶ୍ୱରରୁ ସରକାରୀ ନିୟମ ଅନୁସାରେ ପୋଷ୍ୟା କନ୍ୟା ରୂପେ ଗ୍ରହଣ କରି ନିଜ ସାଥିରେ ନେଇଯାଇଥିଲେ । ସେଠାରେ ତାର ଲାଳନ ପାଳନ କରି ପାଠ ପଢ଼ାଇ ସ୍ବାବଲମ୍ବୀ ମଧ୍ୟ କରାଇଥିଲେ । ମାମିନା ଦିନେ କମ୍ବୋଡିଆ ବୁଲିବାକୁ ଯାଇଥିବା ବେଳେ କିଛି ଲୋକ ମାମିନାଙ୍କୁ ଆଗ୍ଲୋଂ ଇଣ୍ଡିଆନ ବୋଲି ପ୍ରଶ୍ନ କରିଥିଲେ ।

ଏହି ପ୍ରଶ୍ନ ମାମିନାଙ୍କୁ ଭାବିବାକୁ ବାଧ୍ୟକଲା ମୁଁ କିଏ ? କାରଣ ସେଠାକାର ଲୋକ ଏବଂ ତାଙ୍କ ଭିତରେ କୌଣସି ସମାନତା ଦେଖିବାକୁ ପାଇନଥିଲେ। ଏପରିକି ନିଜ ପିତାମାତାଙ୍କଠାରୁ ମଧ୍ୟ ସେ ଭିନ୍ନ ଥିଲେ। ଶେଷରେ ମାମିନା ନିଜ ପରିଚୟ ନେଇ ପିତାମାତାଙ୍କୁ ପଚାରିଥିଲେ ଓ ଜାଣିବାକୁ ପାଇଥିଲେ ଯେ ସେ ଜଣେ ଭାରତୀୟ ତାଙ୍କୁ ପୋଷ୍ୟା କନ୍ୟା ରୂପେ ବେଲଜିୟମର ପରିବାର ଗ୍ରହଣ କରି ଲାଳନ ପାଳନ କରିଛନ୍ତି। ବର୍ତ୍ତମାନ ମାମିନା ଜଣେ ଉଚ୍ଚଶିକ୍ଷିତା ଓ ବିବାହିତା ।

ନିଜ ପ୍ରକୃତ ପରିଚୟ ଓ ନିଜ ପରିବାର ଠିକଣା ପାଇବା ପାଇଁ ମାମିନା ପୁଣେ ଉଚ୍ଚ ନ୍ୟାୟାଳୟର ମହିଳା ଓକିଲ ଅଞ୍ଜଲି ପାୱାରଙ୍କ ସହାୟତା ନେଇଥିଲେ। ତାଙ୍କ ମାଧ୍ୟମରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଗୁଜାପାଙ୍ଗା ଗ୍ରାମରେ ନିଜ ପରିବାର ଲୋକଙ୍କୁ ଖୋଜି ବାହାର କରିପାରିଥିଲେ। ସମସ୍ତ ବିଷୟ ଉପରେ ସବିଶେଷ ତଦନ୍ତ କରି ନିଶ୍ଚିତ ହେବା ପରେ ଭାରତ ଆସିବା ପାଇଁ ନିଷ୍ପତ୍ତି ନେଇଥିଲେ । ୫ ତାରିଖରେ ସ୍ବାମୀଙ୍କ ସହ ଆସି ନିଜ ଜନ୍ମମାଟିରେ ପହଞ୍ଚିଥିଲେ । ବାପା, ଭଉଣୀ ଓ ପରିବାର ବର୍ଗଙ୍କୁ ପାଖରେ ପାଇ ମାମିନା ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.