ETV Bharat / state

କୂଅ ସଫେଇବେଳେ ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ

author img

By

Published : Jun 1, 2022, 10:49 PM IST

କଳାହାଣ୍ଡି ଜିଲ୍ଲାରେ କୂଅ ସଫା କରିବାବେଳେ ଶ୍ବାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ । ଅନ୍ୟଜଣେ ଶ୍ରମିକ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ୨୪ ଫୁଟ ଗଭୀର କୂଅ ଭିତରେ ସଫା କରୁଥିବା ସମୟରେ ଅଘଟଣ । ଅଧିକ ପଢ଼ନ୍ତୁ

କୂଅ ସଫେଇ ବେଳେ ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ
କୂଅ ସଫେଇ ବେଳେ ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ

ଭବାନୀପାଟଣା: କୂଅ ସଫା କରିବାବେଳେ ଜଣେ ଶ୍ରମିକ ମୃତ ଓ ଅନ୍ୟଜଣେ ଗୁରୁତର । ମୃତକ ହେଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପରୁଆଗୁଡ଼ା ଗାଁର ସଦାଶିବ ମାଝୀ । ଜୟପାଟଣା ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ ଗାଁରେ ୨୪ ଫୁଟ ଗଭୀର କୂଅ ସଫା କରୁଥିବାବେଳେ ଶ୍ବାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକ ଗୁରୁତର ହୋଇ ପଡ଼ିଥିଲେ । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସଦାଶିବଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.