ETV Bharat / state

୩୮ ବର୍ଷର ଜଙ୍ଗଲୀ ଜୀବନ, ବିନା ରାସ୍ତା ଓ ଆଲୁଅରେ କଟୁଛି ଦିନ - ଘଞ୍ଚ ଜଙ୍ଗଲ ଭିତରେ କଟୁଛି ଜୀବନ

ଦୀର୍ଘ ୩୮ବର୍ଷ ଧରି ସରକାରୀ ଯୋଜନା କାର୍ଯ୍ୟକାରୀ ଆଶାରେ ଜଙ୍ଗଲରେ ସଂଘର୍ଷମୟ ଜୀବନ କାଟୁଛନ୍ତି କଳାହାଣ୍ଡିର ଜୟନ୍ତପୁର ଗ୍ରାମବାସୀ । ବିନା ରାସ୍ତା ଓ ଆଲୁଅରେ କଟୁଛି ଦିନ। ଅଧିକ ପଢନ୍ତୁ...

spend 38 years in a jungle
୩୮ ବର୍ଷର ଜଙ୍ଗଲୀ ଜୀବନ
author img

By

Published : Dec 23, 2019, 3:01 PM IST

Updated : Dec 24, 2019, 9:09 AM IST

କଳାହାଣ୍ଡି: ଘଞ୍ଚ ଜଙ୍ଗଲ ଭିତରେ କଟୁଛି ଜୀବନ । ନା ଅଛି ରାସ୍ତା, ନା ଆଲୁଅର ବ୍ୟବସ୍ଥା। ବର୍ଷାଦିନେ 4ମାସ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ । ପ୍ରତିବର୍ଷ ହାତୀ ନଦୀରେ ବନ୍ୟା ଆସି ଆଦିବାସୀଙ୍କ ସର୍ବସ୍ବଃ ଉଜାଡି ଦିଏ ।

୩୮ ବର୍ଷର ଜଙ୍ଗଲୀ ଜୀବନ

ଆଉ ଏସବୁ ମଧ୍ୟରେ ଦୀର୍ଘ ୩୮ବର୍ଷ ଧରି ସରକାରୀ ଯୋଜନା କାର୍ଯ୍ୟକାରୀ ଆଶାରେ ଜଙ୍ଗଲରେ ସଂଘର୍ଷମୟ ଜୀବନ କାଟୁଛନ୍ତି କଳାହାଣ୍ଡିର ଜୟନ୍ତପୁର ଗ୍ରାମବାସୀ । ଜୟନ୍ତପୁର ଯିବାକୁ ହେଲେ କେସିଙ୍ଗା ବ୍ଲକରୁ ୭ କିମି ପାଦଚଲା ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡେ । ଆଉ ଗାଁ କହିଲେ ଏଠାରେ ରହୁଥିବା ଦୁଇଟି ପରିବାରକୁ ବୁଝାଏ । ସେପଟେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏହି ଗାଁର 35 ଟି ପରିବାର ମଧ୍ୟରୁ 33 ପରିବାର ଭିଟାମାଟି ଛାଡି ଅନ୍ୟତ୍ର ରହୁଛନ୍ତି ।

୧୯୮୧ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କେସିଙ୍ଗା ବ୍ଲକ କାନ୍ତେଶୀର ଗ୍ରାମପଞ୍ଚାୟତ ବଜରଗଡ ଜଙ୍ଗଲରେ ଉଦଘାଟନ କରିଥିଲେ ଜୟନ୍ତପୁର 'ସମନ୍ବିତ ଗୃହ ନିର୍ମାଣ ଯୋଜନା' । ଯାହା ଏହି ଫଳକ ବେଶ ବୟାନ କରୁଛି ।

ଏହି ଯୋଜନାରେ ୩୫ ଆଦିବାସୀ ପରିବାରକୁ ୪ ଡିସମିଲ ଘରଡିହ ସମେତ 2 ଏକର ଲେଖାଁଏ ଚାଷଜମି ତଥା ମାଟିଘର କଲୋନୀ ପ୍ରଦାନ କରାଯାଇଥିଲା । ସେ ସମୟରେ ୫ ବର୍ଷ ପର୍ଯ୍ୟନ୍ତ ଚାଷ ପାଇଁ ସରକାରଙ୍କ ତରଫରୁ ସହଯୋଗ ପ୍ରଦାନ ମଧ୍ୟ କରାଯାଇଥିଲା । ହେଲେ ଏହା ପରେ ସରକାର ଓ ପ୍ରଶାସନ ଜଙ୍ଗଲ ଭିତରେ ଥଇଥାନ କରିଥିବା ଜୟନ୍ତପୁରବାସୀଙ୍କୁ ଭୁଲି ଗଲେ ।

ମାତ୍ର ସେତେବେଳର ପ୍ରତିଶ୍ରୃତି ବର୍ତମାନ ସରକାର ଓ ପ୍ରଶାସନ ପାଇଁ ଅଲୋଡା । ସେହିପରି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରାଯିବାରୁ ଘଟଣା ବହୁ ପୁରୁଣା କହି ଏଡାଇ ଦେଇଛନ୍ତି ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

Intro:୩୮ ବର୍ଷ ର ଜଙ୍ଗଲୀ ଜୀବନ। କାନ ଖୋଲିକର ଶୁଣ ସରକାର !
ଡେସ୍କ- ସ୍ମୃତିରେଖା ତରାନିଆ।
ଏଙ୍କର- ଦୀଘ୍ର ୩୮ ବର୍ଷ ଧରୀ ସରକାରୀ ପ୍ରତିଶ୍ରୁତି ଆଶା ରେ ୨ ଆଦିବାସୀ ପରିବାର ଜଗଂଲ ରେ ସଂଘର୍ଷମୟ ଜୀବନ ବଚୁଂଛନ୍ତି । ୩୮ ବର୍ଷ ତଳେ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୃତି ବର୍ତମାନ ର ସରକାର ଓ ପ୍ରଶାସନ ପାଇଁ ଅଲୋଡା । ତଥାପି ଏହି ପରିବାର ସରକାରୀ ପ୍ରତିଶ୍ରୃତି ଆଶା ରେ ବିତାଉଛନ୍ତି ଜୀବନ ।
ଭି.ଓ-୧- ଦିର୍ଘ ୩୮ ବର୍ଷ ତଳେ ୧୯୮୧ ମସିହା ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ କେସିଗାଂ ବ୍ଲକ କାନ୍ତେଶୀର ଗ୍ରାମପଚାଂୟତ ବଜରଗଡ ଜଗଂଲ ରେ ଉଦଘାଟନ କରିଥିଲେ ଜୟନ୍ତପୁର ସମ୍ମନିତ ଗୃହ ନିର୍ମାଣ ଯୋଜନା । ଯେଉଁଠି ୩୫ ଆଦିବାସୀ ପରିବାର କୁ ୪ ଡିସମିଲ ଘର ଡିହ ସମେତ ଦୁଇ ଏକର ଲେଖାଁଏ ଚାଷ ଜମି ତଥା ମାଟି ଘର କଲୋନୀ ପ୍ରଦାନ କରାଯାଇଥିଲା । ଏହି ୩୫ ପରିବାର ଭୁମୀହୀନ ଥିଲେ ତଥା ହାତୀ ନଦୀ ବନ୍ୟା ଏମାନଙ୍କ ପ୍ରତିବର୍ଷ ସର୍ବସ୍ୱ ଉଜାଡି ଦେଉଥିଲା । ସେ ସମୟ ରେ ୫ ବର୍ଷ ପର୍ଯ୍ୟନ୍ତ ଚାଷ ପାଇଁ ସହଯୋଗ ପ୍ରଦାନ ମଧ୍ୟ କରାଯାଇଥିଲା । ହେଲେ ଏହା ପରେ ସରକାର ଓ ପ୍ରଶାସନ ଜଗଂଲ ଭିତରେ ଥଇଥାନ କରିଥିବା ଜୟନ୍ତପୁର କୁ ଭୁଲି ଗଲେ । ଜଗଂଲ ଭିତରେ ବଚିଂବା କଷ୍ଟକର ହେବାରୁ ୩୫ ପରିବାର ରୁ ୩୩ ପରିବାର ଗାଁ ଗୁଡିକୁ ଫେରି ଆସିଥିବା ବେଳେ ବର୍ତମାନ ବି ଦୁଇ ପରିବାର ସରକାର ଦେଇଥିବା ପ୍ରତିଶ୍ରୃତି ଆଶା ରେ ଜଗଂଲ ଭିତରେ ଅପେକ୍ଷା କରିଛନ୍ତି ।Body:ଭି.ଓ-୨-କାନ୍ତେଶୀର ଠାରୁ ଜୟନ୍ତପୁର ଯିବାକୁ ୭ କିମି ପାଦ ଚଲା ଜଗଂଲ ରାସ୍ତା ଦେଇଯିବାକୁ ପଡିଥାଏ । ୧୯୮୨ ରେ ନିର୍ମିତ କୁଅଁ ବର୍ଷା ମାସ ପରେ ଶୁଖି ଯାଏ । ନାଳ ପାଣି ହିଁ ଭରଷା ସାଜିଛି ଯେଉଁ କୁଅଁ ଅଛି ସେଥିର ପାଣି ପିଇବା ଯୋଗ୍ୟ ମଧ୍ୟ ନୁହେଁ। ବର୍ଷା ଦିନେ କର୍ଲାଘାଟ ଓ କେନ ଜୋର ଯୋଗୁଁ ୪ ମାସ ବାହ୍ୟଜଗତ ରୁ ବିଚ୍ଚିନ୍ନ ରହିଥାଏ । ସେହିଭଳି ନା ରହିଛି ବିଦ୍ୟୁତ ସେବା ନା ରହିଛି ପାଠ ପଢା ସୁବିଧା । ଏଣୁ ୩୩ ପରିବାର ଜୟନ୍ତପୁର ଛାଡି ପଳାୟନ କରିଥିବା ସତ୍ୱେ ଅଲେଖ ମାଝୀ ଓ ଅର୍ଜୁନ ମାଝୀ ବାପା ପାଇଥିବା ପଟ୍ଟା ଜମି ଆଶା ରେ ପଡି ରହିଛନ୍ତି । ଆଶା ରଖିଛନ୍ତି ସରକାର ଘୋଷଣା କରିଥିବା ପ୍ରତିଶ୍ରୃତି ପାଳନ କରିବେ ।ପ୍ରଶ୍ନ ଉଠେ ସରକାର ବଦଳି ଗଲା ପରେ କଣ ସରକାର ଆରମ୍ଭ କରିଥିବା ଯୋଜନା ମଧ୍ୟ ବଦଳି ଯାଏ ? ଯାହା ୩୮ ବର୍ଷ ପରେ ଜୟନ୍ତପୁର ଓ ମୁଖ୍ୟମନ୍ତ୍ରୀ ଙ୍କ ଫଳକ ହିଁ ବୟାନ କରେ ।ଏ ନେଇ କେସିଙ୍ଗା ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଜିଲ୍ଲାପାଳ ଙ୍କ ପ୍ରତିକ୍ରୀୟା ପାଇଁ ଯୋଗାଯୋଗ କରାଯିବାରୁ ଘଟଣା ବହୁ ପୁରୁଣା ଏଣୁ ସେ ଏ ନେଇ କୌଣସି ମତାମତ ଦେଇପାରିବେ ନାହିଁ ବୋଲି ମନା କରିଦେଇ ଥିବା ବେଳେ ସ୍ଥାନୀୟ ବିଧାୟକ ଭୂପିନ୍ଦର ସିଂ ଏନେଇ ଘଟଣା ସ୍ଥଳକୁ ପରିଦର୍ଶନ ପରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ପ୍ରକାଶ କରିଥିଲେ।Conclusion:ବାଇଟ-କକେୟ ମାଝୀ- ଜୟନ୍ତପୁର ।
ବାଇଟ-ତପନ କୁମାର ମାଝୀ-କାନ୍ତେଶୀର ବାସିନ୍ଦା ।
ବାଇଟ-ଅଲେଖ ମାଝୀ-ଜୟନ୍ତପୁର ।
ବାଇଟ-ଭୁପିନ୍ଦର ସିଂ (ବିଧାୟକ ନର୍ଲା )
ପିଟୁସି
Last Updated : Dec 24, 2019, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.