ETV Bharat / state

ଗୋଟିଏ ଦିନରେ କଳାହାଣ୍ଡିରୁ ୨ ମୃତଦେହ ଉଦ୍ଧାର

author img

By

Published : Sep 23, 2022, 12:18 PM IST

ଗୁରୁବାର କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ୨ଜଣଙ୍କ ମୃତଦେହ ଉଦ୍ଧାର । ଅଧିକ ପଢନ୍ତୁ

କଳାହାଣ୍ଡିରେ ଅଘଟଣ
କଳାହାଣ୍ଡିରେ ଅଘଟଣ

ଭବାନୀପାଟଣା: କଳାହାଣ୍ଡି ପାଇଁ ଅଶୁଭ ପାଲଟିଲା ଗୁରୁବାର । ଗୁରୁବାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣରେ ଗୋଟିଏ ଦିନରେ ଚାଲିଗଲା ୨ ଜୀବନ । ଦୁଇଜଣଙ୍କ ମଧ୍ୟରୁ ଜଣକର ପରିଚୟ ମିଳିପାରିଥିବାବେଳେ ଅନ୍ୟଜଣଙ୍କ ପରିଚୟ ଅସ୍ପଷ୍ଟ ରହିଛି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ଡୁଙ୍ଗରିପଦର ଗାଁର ଡମ୍ବରୁଦଧର ପରାଭୋଇ ।

କଳାହାଣ୍ଡିରେ ଅଘଟଣ

ସୂଚନା ଅନୁଯାୟୀ, ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଡୁଙ୍ଗରିପଦର ଗାଁର ଡମ୍ବରୁଦଧର ପରାଭୋଇ ଗୁରୁବାର କାମ ସାରି ସାଇକେଲ ଯୋଗେଁ ଘରକୁ ଫେରୁଥିବା ସମୟରେ ପାଷ୍ଟିଗୁଡି ନିକଟରେ ନିର୍ମାଣଧିନ ରାସ୍ତାର ଖଳାରେ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା । ସ୍ଥାନୀୟଲୋକେ ପୋଲିସକୁ ଖବର ଦେବା ପରେ ଖବରପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ଅବଗତ କରାଇଥିଲା । ଡମ୍ବରୁଦଧର ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଗାଁକୁ ଯାଇ ମୂଲ ଲାଗି ସନ୍ଧ୍ୟାରେ ଘରକୁ ଫେରୁଥିଲେ ।

ଏହା ମଧ୍ୟ ପଢନ୍ତୁ: ମେକ୍ସିକୋ ବାର୍‌ରେ ଗୁଳିକାଣ୍ଡ, ୧୦ ମୃତ

ଅନ୍ୟପଟେ ଜିଲ୍ଲାର ଜରିଙ୍ଗ ଜଙ୍ଗଲରୁ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଜଙ୍ଗଲକୁ ଗାଈ ଚରାଇବାକୁ ଯାଇଥିବା କିଛି ଲୋକେ ଜଙ୍ଗଲରେ ଯୁବକଙ୍କ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରିନଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ କଳାହାଣ୍ଡି ପୋଲିସ ଉଭୟ ଘଟଣାକୁ ନେଇ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ପୂର୍ବରୁ ଗତ ଅକ୍ଟୋବର ୩ ତାରିଖପରେ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଁର ଘନଶ୍ୟାମ ମେହେର ନିଜ ଗ୍ୟାରେଜକୁ ଯାଇଥିଲେ । ହେଲେ ଗ୍ୟାରେଜ ଖୋଲିବା ପରେ ଫ୍ୟାନ ନ ଚାଲିବାରୁ ନିଜେ ଫ୍ୟାନ ସଜାଡୁ ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ନିକଟରେ ଥିବା କିଛିଲୋକେ ଦେଖି ତାଙ୍କୁ ତୁରନ୍ତ ଧର୍ମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.