ଭବାନୀପାଟଣା: କର୍ଲାପାଟରେ ହାତୀ ମୃତ୍ୟୁ ଘଟଣା । କର୍ଲାପାଟ ଅଭୟାରଣ୍ୟରେ ପହଞ୍ଚିଛନ୍ତି 3 ଜଣିଆ କେନ୍ଦ୍ରୀୟ ଟିମ । ଆଜି କେନ୍ଦ୍ରୀୟ ଟିମ ହାତୀ ମୃତ୍ୟୁ ଘଟଣାର ସ୍ଥିତି ଅନୁଧ୍ୟାନ କରିବେ । ଅଭୟାରଣ୍ୟରେ ଏଯାବତ 6 ଜଣ ହାତୀଙ୍କର ମୃତ୍ୟୁ ହୋଇଛି । ଫଳରେ ଗଜରାଜଙ୍କ ସୁରକ୍ଷା ଏବେ ବଡ ଚିନ୍ତାର ବିଷୟ ପାଲଟିଛି ।
ସେପଟେ, ହାତୀ ମୃତ୍ୟୁର କାରଣ ହେମରେଜ ସେପ୍ଟିସେମିଆଁ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି । କିପରି ଅଭୟାରଣ୍ୟରେ ହାତୀ ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ କରିବେ ।
ଏହି ଟିମରେ ଡଃ.କରିକାଲନ ମାଥେସ ବୈଜ୍ଞାନିକ ସେଣ୍ଟର ଅଫ ୱାର୍ଲ୍ଡ ଲାଇଫ, ଡଃ ପିପି ପଣ୍ଡା କୋଡିନେଟର ଜାତୀୟ ହାତୀ କେନ୍ଦ୍ର, ପ୍ରଫେସର ଡଃ. ନିରଞ୍ଜନ ସାହୁ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ପ୍ରତାପ କିଶୋର ଖମାରୀ ଓ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ ପ୍ରମୁଖ ସାମିଲ ଅଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ