ETV Bharat / state

ଶିକ୍ଷାଦାନ ବେଳେ ଟଳି ପଡିଲେ ଶିକ୍ଷକ, ଡାକ୍ତରଖାନାରେ ମୃତ୍ୟୁ - ଶିକ୍ଷକ ମୃତ

Teacher Died During Teaching In School: ଶ୍ରେଣୀ କୋଠରୀରେ ଚାଲିଛିଲା ଶିକ୍ଷାଦାନ । କିନ୍ତୁ ପଢ଼ାଇବା ସମୟରେ ହଠାତ ଟଳିପଡ଼ିଲେ ଶିକ୍ଷକ । ଅଧିକ ପଢ଼ନ୍ତୁ

ଶିକ୍ଷାଦାନ ବେଳେ ଟଳି ପଡିଲେ ଶିକ୍ଷକ
ଶିକ୍ଷାଦାନ ବେଳେ ଟଳି ପଡିଲେ ଶିକ୍ଷକ
author img

By ETV Bharat Odisha Team

Published : Jan 9, 2024, 10:03 PM IST

ଭବାନୀପାଟଣା: ଶ୍ରେଣୀ କୋଠରୀରେ ଚାଲିଥିଲା ଶିକ୍ଷାଦାନ । କିନ୍ତୁ ପଢ଼ାଇବା ସମୟରେ ହଠାତ ଟଳି ପଡ଼ିଲେ ଶିକ୍ଷକ । ଶିକ୍ଷକ ଜଣଙ୍କ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଗରୁତର ଆବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି । ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକଙ୍କୁ ଏମିତି ଅକାଳରେ ହରାଇ ଛାତ୍ରଛାତ୍ରୀଙ୍କ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ କ୍ଷୀରୋଦ ପଣ୍ଡା ପ୍ରତିଦିନ ଭଳି ଆଜି ମଧ୍ୟ ସ୍କୁଲକୁ ଯାଇଥିଲେ । ସ୍କୁଲରେ ପହଞ୍ଚିବା ପରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । କିନ୍ତୁ ଏତିକି ବେଳେ ହଠାତ ଶିକ୍ଷକ ଜଣକ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାିଥିଲା । ହେଲେ ହୃଦଘାତ ଯୋଗୁଁ ଶିକ୍ଷକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପରେ ତାଙ୍କ ଘରଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଥିଲା । ଗାଁରେ ଶିକ୍ଷକଙ୍କ ମୃତଦେହ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ । ପରେ ଗାଁ ମଶାଣିରେ ପରିବାର ଲୋକେ ଓ ଆତ୍ମୀୟ ପରିଜନ ମୃତଦେହର ସତ୍କାର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ......ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ବସ: ଶିକ୍ଷକ ମୃତ, ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଏହା ମଧ୍ୟ ପଢ଼ନ୍ତୁ......ନୂଆବର୍ଷରେ ବୀଭତ୍ସ ହତ୍ୟା: ପିଅନ ଟାଙ୍ଗିଆ ଚୋଟରେ ଶିକ୍ଷକ ମୃତ, ଅଭିଯୁକ୍ତର ଆତ୍ମସମର୍ପଣ

ସେପଟେ ମୃତକ ଶିକ୍ଷକଙ୍କ ଘର ହେଉଛି ମୂଷାପାଳି ଗ୍ରାମରେ । ଗତକିଛି ଦିନ ତଳେ ଶିକ୍ଷକଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକ୍ଷକଙ୍କ ଅକାଳ ବିୟୋଗରେ ତାଙ୍କ ପରିବାର ସମ୍ପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏବେ ଘରେ ମୃତ ଶିକ୍ଷକଙ୍କ ସ୍ତ୍ରୀ ଓ ଏକମାତ୍ର ଝିଅ ରହିଛନ୍ତି । ତେବେ ସହକର୍ମୀ ଶିକ୍ଷକଙ୍କ ଅକାଳ ବିୟୋଗରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗର ଅଧିକାରୀ, କର୍ମଚାରୀ, ଏକ୍ସ କେଡର ଶିକ୍ଷକ ସଂଘର କର୍ମକର୍ତ୍ତା ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜଣେ କର୍ମଠ ଓ ନିଷ୍ଠାପର ଶିକ୍ଷକ ଭାବେ ପରିଚିତ ଥିବା ଜଣେ ଶିକ୍ଷକଙ୍କୁ ଏଭଳି ଅକାଳରେ ହରାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକରା ଛାୟା ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.