ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କାର୍ଲାପାଟ ଅଭୟାରଣ୍ୟରେ ୧୦ ଦିନ ମଧ୍ୟରେ ୪ ହାତୀ ମୃତ୍ୟୁ ଘଟଣା । ଘଟଣାସ୍ଥଳରେ ପହଞ୍ଚିଲେ ଦୁଇ ଜଣିଆ ପ୍ରତିନିଧି ଦଳ। ସୂଚନା ଅନୁଯାୟୀ, କାର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ୧୭ଟି ହାତୀଥିବା ବେଳେ କ୍ରମାଗତ ଭାବେ ଗୋଟିଏ ଦଳର ୪ଟି ମାଈ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ଅସୁସ୍ଥ ରହିଥିବା ସୂଚନା ସୂଚନା ମିଳିଛି।
ତେବେ କେଉଁ କାରଣରୁ ଗଜରାଜଙ୍କ ମୃତ୍ୟ ହେଉଛି ତାର କାରଣ ଖୋଜିବା ପାଇଁ ସେଣ୍ଟର ଫର ୱାର୍ଲଡ଼ ଲାଇଫ ହେଲଥ ଓୟୁଏଟି ଭୁବନେଶ୍ବର ଲେବର କୋଡ଼ିନେଟର ନିରଞ୍ଜନ ସାହୁ ଏବଂ ସହଯୋଗୀ କଳାହାଣ୍ଡିରେ ପହଞ୍ଚିଛନ୍ତି । ଘଟଣା ସ୍ଥଳକୁ ଯାଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହ ହାତୀ ମୃତ୍ୟର କାରଣ ଲ୍ୟାବ ରିପୋର୍ଟ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ଏହି ସ୍ବତନ୍ତ୍ର ଟିମ ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ