ETV Bharat / state

କଳାହାଣ୍ଡିର ଆରାଧ୍ୟ ଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜା - ଦୀପାବଳି 2022

କଳାହାଣ୍ଡିର ଆରାଧ୍ୟ ଦେବୀ ମା' ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ହୋଇଛି । ମା'ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

ମା' ଦକ୍ଷିଣକାଳୀଙ୍କ ସ୍ବତନ୍ତ୍ର ପୂଜା, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

author img

By

Published : Oct 25, 2022, 8:47 AM IST

ଭବାନୀପାଟଣା: ଦୀପାବଳୀରେ ମା' କାଳୀଙ୍କୁ ଆରଧନା କରାଯାଏ । କଳାହାଣ୍ଡିର ଆରାଧ୍ୟ ଦେବୀ ମା' ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜା ଅର୍ଚ୍ଚନା ହୋଇଛି । ମା'ଙ୍କୁ ଦର୍ଶନ କରିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ପବିତ୍ର କାଳୀପୂଜା ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଥିବା ମା' ଦକ୍ଷିଣକାଳୀଙ୍କ ଶକ୍ତି ପୀଠ ଉତ୍ସବମୁଖର ହୋଇଉଠିଛି । ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା' ଦକ୍ଷିଣକାଳୀ । ମା'ଙ୍କ ପୀଠରେ ଘଟ ସ୍ଥାପନ ସହ ଚାଲିଛି ଶତଚଣ୍ଡୀ ପାଠ ।

ମା' ଦକ୍ଷିଣକାଳୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଦୀପ ଯଜ୍ଞ ସହ ବିଶ୍ବଶାନ୍ତି ମହାଯଜ୍ଞ ଭୟ ହାରିଣୀ ମା' ଦକ୍ଷିଣକାଳୀ ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଦକ୍ଷିଣକାଳୀ ପୀଠ ପୁରାଣ ପ୍ରସିଦ୍ଧ । ଭବାନୀପାଟଣା ସହରର ପଶ୍ଚିମ ଉପକଣ୍ଠରେ ମା' ପୀଠ ରହିଛି । ମାଆ ସଦାସର୍ବଦା ଦକ୍ଷିଣକାଳୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଦୀପାବଳିରେ ମା' ଦକ୍ଷିଣ କାଳୀଙ୍କ ଦର୍ଶନ କଲେ କୋଟି ଜନ୍ମ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ମା' ଦର୍ଶନ ନିମନ୍ତେ ସହ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ରାତି ତମାମ ମା' ଙ୍କ ମନ୍ଦିରରେ ସ୍ୱତନ୍ତ୍ର ବିଧିରେ ପଞ୍ଚମକାର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିବା ବେଳେ ଶ୍ରଦ୍ଧାଳୁ ମା' ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ।

ଏହି ବି ପଢନ୍ତୁ...ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ, ବଡବଡୁଆ ଡ଼ାକିଲେ ଶ୍ରଦ୍ଧାଳୁ

କାଳୀ ହେଉଛନ୍ତି ଜଗତର ସର୍ବଶକ୍ତିର ଉତ୍ସ । ମା' କାଳୀ ଜଗତର ମଙ୍ଗଳ ସାଧନ କରନ୍ତି। ଭକ୍ତଙ୍କ ଅଭିଷ୍ଟ ପୂରଣ କରିଥାନ୍ତି ମା' କାଳୀ । କାର୍ତ୍ତିକ ଅମାବାସ୍ୟାରେ କାଳୀପୂଜା ଦିନରେ ସର୍ବ ସିଦ୍ଧି ପ୍ରଦାୟିନୀ ଓ ଶକ୍ତିର ଉତ୍ସହାତ୍ରୀଙ୍କ ପାଖରେ ଭକ୍ତମାନେ ପ୍ରାର୍ଥନା କରିଛନ୍ତି । ଏ ସଂସାରର ସମସ୍ତ ଦୁର୍ଗତିରୁ ମାନବ ଜାତିକୁ ରକ୍ଷା କରିବାରୁ ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା' ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.