ETV Bharat / state

ଋଣ ପରିଶୋଧ ନେଇ ଚିନ୍ତାରେ ସ୍ବୟଂ ସହାୟକ ଗୋଷ୍ଠୀ - kalahandi shg

ଚିନ୍ତା ବଢାଉଛି ଲକଡାଉନ । ଗୋଟେ ପଟେ ଜୀବିକା ହରାଇବସିଥିବା ବେଳେ ଆରପଟେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଣିଥିବା ଋଣ କିପରି ପରିଶୋଧ କରିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି କଳାହାଣ୍ଡି ସ୍ବୟଂ ସହାୟକ ଗୋଷ୍ଠୀ ।

ଋଣ ପରିଶୋଧ ନେଇ ଚିନ୍ତାରେ ସ୍ବୟଂ ସହାୟକ ଗୋଷ୍ଠୀ

author img

By

Published : Jun 11, 2020, 8:26 AM IST

ଭବାନୀପାଟଣା: ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ଜୀବିକା ହରାଇଥିବାବେଳେ ପାଖରେ ଥିବା ଅର୍ଥ ମଧ୍ୟ ସରି ସରି ଆସୁଛି । ପୁଣି ସେପଟେ ଆଣିଥିବା ଋଣ ପରିଶୋଧ କରିବା ଚିନ୍ତା ଖାଇ ଗୋଡାଉଛି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପରଲସିଙ୍ଗା ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣିଥିବା ବେଳେ ଲକଡାଉନ ଯୋଗୁଁ ରୋଜଗାର ନପାଇ ଏବେ ଋଣ ଛାଡ ପାଇଁ ଦାବି କରୁଛନ୍ତି ।

ଋଣ ପରିଶୋଧ ନେଇ ଚିନ୍ତାରେ ସ୍ବୟଂ ସହାୟକ ଗୋଷ୍ଠୀ

ଅର୍ଥ ଲଗାଣ କାରୀ ସଂସ୍ଥା ପକ୍ଷରୁ ଋଣ ପରିଶୋଧ ନେଇ ଚାପ ପ୍ରୟୋଗ କରାଯାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏହାକୁ କିପରି ପରିଶୋଧ କରିବେ ସେ ନେଇ ଚିନ୍ତା ଘାରିଥିବା ବେଳେ ଋଣ ଛାଡ ପାଇଁ ଦାବି କରିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ।

ଲକଡାଉନ ଯୋଗୁଁ ପ୍ରଭାବିତ ହୋଇଛି ସାଧାରଣ ଲୋକଙ୍କ ଜୀବନ ଜୀବିକା । ମୁଖ୍ୟତଃ ରୋଜଗାର କ୍ଷେତ୍ରରେ ବେଶ ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ । ଏଭଳି ସ୍ଥିତିରେ ଆସନ୍ତା ଦିନରେ ସରକାର କ'ଣ ପଦକ୍ଷେପ ନେବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.