ETV Bharat / state

ପଲ୍ଲୀଶ୍ରୀ ମେଳାରେ ଭଳିକି ଭଳି ସାମଗ୍ରୀର ଷ୍ଟଲ୍‌, ଗ୍ରାହକ ଓ ବ୍ୟବସାୟୀ ଉତ୍ସାହୀ

author img

By

Published : Jan 17, 2023, 12:34 PM IST

କଳାହାଣ୍ଡି ଉତ୍ସବ ଘୁମୁରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇ ପାରିଛି। ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ବଜାଶାଲ ଓ ସିଙ୍ଗାରୀ ନାଚରେ ଝୁମିଲେ ଦର୍ଶକ। ଅଧିକ ପଢନ୍ତୁ

ghumura festival
ghumura festival
ghumura festival

ଭବାନୀପାଟଣା: ସାଂସ୍କୃତିକ ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା । ଜିଲ୍ଲାରୁ ପ୍ରବହମାନ ଏହି ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇ ପାରିଛି । କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଅତିଥିମାନେ ଏନେଇ ମତବ୍ୟକ୍ତ କରିଛନ୍ତି । ତେବେ ଆଜି ଦ୍ଵିତୀୟ ସନ୍ଧ୍ୟାରେ କଳାହାଣ୍ଡିଆ କଳାକାରମାନଙ୍କ ବଜାଶାଲ ଓ ସିଙ୍ଗାରୀ ନାଚରେ ରେଣ୍ଡୋ ମାଝୀ ମଞ୍ଚ ଦୁଲୁକି ଉଠିଥିଲା ।

ଭବାନୀପାଟଣା ଲାଲବାହାଦୂର ଷ୍ଟାଡିୟମସ୍ଥିତ ସହିଦ ରେଣ୍ଡୋ ମାଝୀ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ଘୁମୁରା ମହୋତ୍ସବ ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟା । ଏଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ରହିଥିବା ବେଳେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ ରଥ ସମ୍ମାନୀତ ଅତିଥି, କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀର ମେହେର, ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ NAC ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା NAC ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ NAC ଅଧ୍ୟକ୍ଷ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧ୍ୟକାରୀ ସଚିନ ପାୱାର ଆଦି ଯୋଗ ଦେଇଥିଲେ ।

ଭବାନୀପାଟଣା ପୌର ପରିଷଦର ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜୁନାଗଡ NAC ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, କେସିଙ୍ଗା NAC ଅଧ୍ୟକ୍ଷ ନୃପରାଜ ଯାଦବ, ଧର୍ମଗଡ NAC ଅଧ୍ୟକ୍ଷ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧ୍ୟକାରୀ ସଚିନ ପାୱାରଙ୍କ ସଭାକାର୍ଯ୍ୟ ପରେପରେ ଆରମ୍ଭ ହୋଇଥିଲା ଦ୍ୱିତୀୟ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ । ଏଥିରେ ଲୋକଗୀତ, ଘୁମୁରା, ମହାବୀର ସାଂସ୍କୃତିକ ଅନୁଷ୍ଠାନର ବଜାଶାଲ, ନୂପୁର, ମୃଣ୍ମୟୀ ସଂସ୍କୃତି ଅନୁଷ୍ଠାନ, ଶ୍ରୀ ଅରବିନ୍ଦ କଳା ବିକାଶ କେନ୍ଦ୍ର, ବଲାଙ୍ଗୀର ଦୁଲଦୁଲି କଳା ପରିଷଦ, ଜିଲ୍ଲା ସଂସ୍କୃତି ପରିଷଦ, କନ୍ଧମାଳ ଜିଲ୍ଲା ସଂସ୍କୃତି ପରିଷଦ, ଗଞ୍ଜାମର ମୁଖା ଓ ମୃଦଙ୍ଗ ନୃତ୍ୟ କଳା ସଂସଦ, ଭୁବନେଶ୍ଵରର ଗୁରୁ ବିଜୟ ଜେନା ଓ ସାଥୀଭଳି ରାଜ୍ୟର ବିଭିନ୍ନ ଲୋକକଳା ସହିତ ମଧ୍ୟପ୍ରଦେଶର ବଧେଇ ନୃତ୍ୟ, ମହାରାଷ୍ଟ୍ରର ଲାବଣୀ, ରାଜସ୍ଥାନର ମାନଂହାର ଓ କାଲବେଲିଆ ଆଦି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଶେଷରେ ଗୀତିକାର ଓ ଲୋକପ୍ରିୟ ଗାୟକ ସର୍ବେଶ୍ଵର ଭୋଇ ଏବଂ ସାଥୀ ସଙ୍ଗୀତ ପରିବେଷଣ କରିଥିଲେ । ସେପଟେ କିନ୍ତୁ ପାରମ୍ପାରିକ ଶିଳ୍ପକୁ ବଞ୍ଚାଇ ରଖିବାର ଅଭିନବ ଉଦ୍ୟମ ଯୋଗୁଁ ପଲ୍ଳିଶ୍ରୀ ମେଳାରେ ଜମିଥିଲା ଲକ୍ଷାଧିକ ଲୋକଙ୍କ ଭିଡ଼।

ପଲ୍ଳିଶ୍ରୀ ମେଳାରେ ଦର୍ଶକ ଓ ଗ୍ରାହକମାନଙ୍କ ବେଶ୍‍ ଭିଡ ଜମୁଥିଲା । କେଉଁ ଷ୍ଟଲ୍‌ରେ ମାଟି ତିଆରି ବିଭିନ୍ନ ପ୍ରକାର ଘରସଜା ସାମଗ୍ରୀ ମିଳୁଛି ତ ଆଉ କେଉଁ ଷ୍ଟଲରେ ବିକ୍ରି ହେଉଛି କାଠ ତିଆରିର ଜିନିଷ । ହସ୍ତଶିଳ୍ପ କଂସା ପିତ୍ତଳରେ ତିଆରି ହୋଇଥିବା ସୁନ୍ଦରସୁନ୍ଦର ଜିନିଷ ଗ୍ରାହାକଙ୍କ ମନ ମୋହୁଥିଲା । ଗୋଟିଏ ଜାଗାରେ ଘରକରଣା ସାମଗ୍ରୀଠୁ ଆରମ୍ଭ କରି ବିଭିନ୍ନ ପ୍ରକାରର ପାରମ୍ପାରିକ ସୌଖିନ୍‍ ଜିନିଷ ମିଲୁଥିବାରୁ ବେଶ୍‍ ଖୁସିଥିଲେ ଗ୍ରାହକ । ଦୁଇ ପଇସା ରୋଜଗାର ହୋଇଥିବାରୁ ବ୍ୟବସାୟୀ ମଧ୍ୟ ଖୁସି । 4 ଦିନ ଧରି ଚାଳିବାକୁ ଥିବା ଏହି ପଲ୍ଲିଶ୍ରୀ ମେଳା ଧୀରେଧୀରେ ଲୁଚି ଯାଉଥିବା ହସ୍ତ ଶିଳ୍ପକୁ ବଞ୍ଚାଇ ରଖିବାରେ ବେଶ୍‍ ସହାୟକ ହୋଇଛି ପଲ୍ଲଶ୍ରୀ ମେଳା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.