ETV Bharat / state

ରାଜରାସ୍ତାରେ ଗର୍ଜିଲେ ସରପଞ୍ଚ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ - କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ସଂଘ

୧୧ ଦଫା ଦାବି ନେଇ କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ସଂଘ । କ୍ଷମତା ସଙ୍କୁଚିତ ହେଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢ଼ନ୍ତୁ

sarpanch union protest
କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ସଂଘ
author img

By ETV Bharat Odisha Team

Published : Aug 22, 2023, 9:10 PM IST

କଳାହାଣ୍ଡିରେ ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ସଂଘ

ଭବାନୀପାଟଣା: ସରପଞ୍ଚ କ୍ଷମତା ସଙ୍କୁଚିତ ହେଉଥିବା ଅଭିଯୋଗ କରି ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ ସଂଘ । ଗାଁ ରାସ୍ତା କାମଠାରୁ ଆରମ୍ଭ କରି ପ୍ରତ୍ୟେକ କାମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ଵାକ୍ଷର ଜରୁରୀ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଆଦେଶ ଯୋଗୁଁ ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ ହେଉଥିବା ଅଭିଯୋଗ କରି ସରପଞ୍ଚ ସଂଘ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଗ୍ରାମାଞ୍ଚଳର ବିକାଶ ତଥା ପ୍ରତ୍ୟେକ ବ୍ୟକ୍ତିର ସମସ୍ୟାର ସାମାଧାନ ପାଇଁ ଲୋକେ ପ୍ରଥମେ ସରପଞ୍ଚଙ୍କୁ ଲୋଡିଥାନ୍ତି । ଗାଁକୁ ରାସ୍ତା ଆବଶ୍ୟକ ହେଉ ଅବା ପାନୀୟଜଳ ଭଳି ଅନେକ ମୌଳିକ ସମସ୍ୟାର ସାମଧାନ ପାଇଁ ପ୍ରଥମେ ଖୋଜା ପଡନ୍ତି ସରପଞ୍ଚ । ହେଲେ ପ୍ରଶାସନ ସେମାନଙ୍କ କ୍ଷମତାକୁ ଛଡ଼ାଇ ନଉଥିବା କହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

କୋଭିଡ ମହାମାରୀ ସମୟରେ ପ୍ରବାସୀମାନଙ୍କ ଥଇଥାନ ପାଇଁ ରାଜ୍ୟ ସରକାର ସରପଞ୍ଚଙ୍କ ସହାୟତା ଲୋଡ଼ିବା ସହ ସେମାନଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ଦେଶରେ ବାଃବାଃ ନେଇଥିଲେ। ହେଲେ କୋଭିଡ ପରେ ଏବେ ରାଜ୍ୟ ସରକାର ସରକାରୀ ଦଳର ବ୍ୟବହାର କରି ପଞ୍ଚାୟତର ପ୍ରତ୍ୟେକଟି କାମରେ ସରକାରୀ କର୍ମଚାରୀମାନଙ୍କୁ ଭର୍ତ୍ତି କରୁଥିବା ବେଳେ ସରପଞ୍ଚମାନଙ୍କ ହାତରୁ କ୍ଷମତା ଛଡ଼ାଇ ନେଉଛନ୍ତି । ଯାହାକୁ ବିରୋଧ କରି କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୧ ଦଫା ଦାବି ନେଇ ଜିଲ୍ଲା ସମସ୍ତ ୧୩ ଗୋଟି ବ୍ଲକର ସମସ୍ତ ସରପଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ଦେଇଛନ୍ତି । ଦାବି ଅନୁଯାୟୀ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରପଞ୍ଚ ଓ ପିଇଓଙ୍କ ଯୁଗ୍ମ ପାସ୍ ବହି କରାଯିବା ଓ S.F.C. & C.F.C. ଅନୁଦାନ କମ୍ ଆସୁଥିବାରୁ ଷ୍ଟ୍ରିଟ ଲାଇଟ ଏବଂ ଜଳ ଯୋଗାଣ ବାବଦରେ ବିଦ୍ୟୁତ ବିଲ ପାଇଁ ସ୍ବତନ୍ତ୍ର ଅନୁଦାନ ଦେବା । S.F.C. & C.F.C. ପୂର୍ଣ୍ଣ ଅନୁଦାନ ଦେବା ସହ ସରପଞ୍ଚମାନେ ସିଧାସଳଖ ଭୋଟଦାତାମାନଙ୍କ ଦ୍ବାରା ଚୟନ ହେଉଥିବାରୁ ଅନସ୍ଥା ପ୍ରସ୍ତାବ ହଟାଇବା । ଗ୍ରାମ ପଞ୍ଚାୟତକୁ ନିଜସ୍ଵ ଆୟ ସମ୍ବର୍ଦ୍ଧିତ କାର୍ଯ୍ୟସବୁ ମାର୍କେଟ କମ୍ପ୍ଲେକ୍ସ , ଗ୍ରାମ ପଞ୍ଚାୟତ ଫେସିଲିଟି ସେଣ୍ଟର , ଗାଁହାଟ , ପୋଖରୀ ପଙ୍କ ଉଦ୍ଧାର ଇତ୍ୟାଦି ସିଧା ସଳଖ ଗ୍ରାମ ପଞ୍ଚାୟତ ଅକାଉଣ୍ଟକୁ ହସ୍ତାନ୍ତର କରିବା ।

ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀରରେ ପଶ୍ଚିମ ଓଡ଼ିଶା ସରପଞ୍ଚ ସଂଘର ଆନ୍ଦୋଳନ

ସେହିପରି ଗ୍ରାମ ପଞ୍ଚାୟତ ଅର୍ଥରେ ଖର୍ଚ୍ଚ ହେଉଥିବା ସମସ୍ତ କାର୍ଯ୍ୟକୁ ପଞ୍ଚାୟତ ଦ୍ବାରା ପରିଚାଳନା କରାଯିବା, ଗ୍ରାମ ଶାସନ ପରିସରଭୁକ୍ତ ଗୋଚର ତଥା ସମସ୍ତ ସରକାରୀ ଜମିର ରକ୍ଷଣ ବେକ୍ଷଣର ଦାୟିତ୍ବ ପଞ୍ଚାୟତକୁ ହସ୍ତାନ୍ତର କରିବା ଓ ଗୋଚର ଜମିକୁ କିସମ ପରିବର୍ତ୍ତନ କରି ପଞ୍ଚାୟତର ଆୟ ସମ୍ବନ୍ଧିତ ପ୍ରକଳ୍ପ ତିଆରି କରିବା । ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଗ୍ରାମସଭା ମାଧ୍ୟମରେ ପାରିତ କରି ତଦାରଖର ଦାୟିତ୍ବ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରିବା । ଆଦି ୧୧ ଗୋଟି ଦାବି ନେଇ ଆଜି ସମସ୍ତ ସରପଞ୍ଚ ଆନ୍ଦୋଳନକୁ ଓହ୍ଲାଇ ଥିବା ବେଳେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ସମସ୍ତ ସରପଞ୍ଚ ଯାଇଥିବା ବେଳେ ସେମାନଙ୍କୁ ଜିଲ୍ଲାପାଳ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି । ଫଳରେ ସମସ୍ତ ସରପଞ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ଧାରଣା ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.