ETV Bharat / state

ପୁଣି ଜନନୀ ଯନ୍ତ୍ରଣା, ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Dec 30, 2022, 9:29 PM IST

ଖରାପ ରାସ୍ତା ଯୋଗୁଁ ଗାଁ ରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଅଧିକ ପଢନ୍ତୁ

pregnent woman
pregnent woman
ପୁଣି ଜନନୀ ଯନ୍ତ୍ରଣା

ଭବାନୀପାଟଣା: ପୁଣି ଥରେ ଦେଖିବାକୁ ମିଳିଛି ଢୋଲପିଟା ବ୍ୟବସ୍ଥାର ନଗ୍ନ ଚିତ୍ର। ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଅଭାବ ଯୋଗୁଁ ଗାଁ କୁ ଯାଇ ପାରିଲାନି ଆମ୍ବୁଲାନ୍ସ ଆଉ ସେଇଥି ପାଇଁ ଖଟିଆ ପାଲଟିଲା ଆମ୍ବୁଲାନ୍ସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ।

ସୂଚନା ମୁତାବକ, ଖାଲଖମା ରାସ୍ତା ଦେଇ ଖଟିଆରେ ଗର୍ଭବତୀଙ୍କୁ ନେଲେ ସମ୍ପର୍କୀୟ । ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଖମନପଡା ଗାଁରେ ଦ୍ରୋପଦୀ ଗୌଡଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପ୍ରସବ ପାଇଁ ଡାକ୍ତରଖାନାକୁ ନେବା ପାଇଁ ପରିବାର ଲୋକେ ଆମୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଆଉ ଖବର ପାଇ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ଗାଁକୁ ରାସ୍ତା ଓ ନଦୀରେ ପୋଲ ନଥିବା କାରଣରୁ ଆଗକୁ ଯାଇ ପାରିନଥିଲା ଆମ୍ବୁଲାନ୍ସ । ଏନେଇ ପରେ ପରିବାର ଓ ଗ୍ରାମବାସୀ ମିଶି ଦ୍ରୌପଦୀଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ ନଦୀ ପାରି କରାଇବା ସହ ଗାଁରୁ ୫ କିଲୋମିଟର ଡେର୍ଲାଗାଁ ପର୍ଯ୍ୟନ୍ତ ବୋହି ଆଣିଥିଲେ। ଏହାପରେ ଆମୁଲାନ୍ସରେ ଦ୍ରୌପଦୀଙ୍କୁ ନେଇ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ହେଲେ ବର୍ତ୍ତମାନ ଦ୍ରୌପଦୀଙ୍କ ସ୍ବାସ୍ଥ୍ୟାବସ୍ତା ସ୍ଥିର ରହିଥିବା ଜଣାପଡିଛି ।

ତେବେ ଖମାନପଡା ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ଅନେକ ସମୟରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିବା ବେଳେ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଛନ୍ତି । ଏହାସତ୍ତ୍ବେ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଗ୍ରାମବାସୀ ନଦୀରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ହେଲେ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.