ETV Bharat / state

ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ, ଟଙ୍କା ସୁନା ଜବତ - dacoity gang arrested in kalahandi

କଳାହାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା । ୧୦ ଜଣିଆ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଜବତ ହୋଇଛି ଟଙ୍କା, ମୂଲ୍ୟବାନ ଜିନିଷ । ଅଧିକ ପଢ଼ନ୍ତୁ

ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ : ସୁନା, ମୋବାଇଲ, ଲକ୍ଷାଧିକ ଟଙ୍କା ଜବତ

author img

By

Published : Aug 7, 2022, 1:17 PM IST

ଭବାନୀପାଟଣା: ଗତ ୨ ମାସ ହେବ କଳାହାଣ୍ଡି ଜିଲ୍ଲାରେ ଆତଙ୍କରାଜ ସୃଷ୍ଟି କରିଥିଲେ ଲୁଟେରା । ଫଳରେ ଗ୍ରାମାଞ୍ଚଳ ଠାରୁ ସହାରଞ୍ଚଳ ପର୍ଯ୍ୟନ୍ତ ଆତଙ୍କିତ ଅବସ୍ଥାରେ ଥିଲେ ଜିଲ୍ଲାବାସୀ । ଏନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ଶନିବାର ୧୦ ଜଣିଆ ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ ।

ଏ ସମ୍ପର୍କରେ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ଅଭିଳାଷ ଜି ସୂଚନା ଦେଇଛନ୍ତି । ଏହି ୧୦ ଜଣିଆ ଡକାୟତ ଗ୍ୟାଙ୍ଗ କିଛିଦିନ ହେବ ଜିଲ୍ଲାର ଧର୍ମଗଡ଼, ଆମପାଣି, ଗୋଲାମୁଣ୍ଡା, କୋକସରା ଓ ଜୟପାଟଣା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଲୋକଙ୍କ ଘରୁ ସୁନାଗହଣା ଲୁଟି ନେଇଥିଲେ।

ଡକାୟତ ଗ୍ୟାଙ୍ଗର ପର୍ଦ୍ଦାଫାସ : ସୁନା, ମୋବାଇଲ, ଲକ୍ଷାଧିକ ଟଙ୍କା ଜବତ

ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶନିବାର ଏହି ୧୦ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୫ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ୪ ଜଣ କଳାହାଣ୍ଡି ଜିଲ୍ଲାର ଓ ଜଣେ କୋରାପୁଟ ଜିଲ୍ଲାର । ଅଭିଯୁକ୍ତ ମାନଙ୍କ ଠାରୁ ୬ ଲକ୍ଷ ୩୫ ହଜାର ୮୨୫ ନଗଦ ଟଙ୍କା, ୫ଟି ବାଇକ, ୧୧ଟି ମୋବାଇଲ ଫୋନ, ୪୦.୩୯୨ ଗ୍ରାମ ସୁନା ଓ ୪୪୭.୭୪୦ ଗ୍ରାମ ରୁପା, ବ୍ୟାଙ୍କ ପାସବୁକ, ଏଟିଏମ କାର୍ଡ, ମୁଖା ଓ ଡକାୟତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଏସପି ।

ଅନ୍ୟପକ୍ଷରେ ଘଟଣା ପରେ ସାଧାରଣ ଲୋକେ ଭୟଭୀତ ନହୋଇ ଶାନ୍ତିରେ ରହିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ଏସପି । ପୋଲିସର ଏହି ସଫଳତା ପରେ ସାଧାରଣ ଲୋକଙ୍କ ମଧ୍ୟରେ ସାମାନ୍ୟ ଆଶ୍ୱସ୍ତ ମିଳିଥିବା ବେଳେ କଡା ପାଟ୍ରୋଲିଂ କରାଯିବା ନେଇ ସାଧାରଣରେ ଦାବି ହେଉଛି । ସେପଟେ କିଛିଦିନ ହେଲା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡ୍ରୋନ କ୍ୟାମେରା ବୁଲୁଥିବା ବେଳେ ଏହା ପୋଲିସର ନୁହେଁ ବୋଲି ମଧ୍ୟ ଏସପି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.