ETV Bharat / state

ଗାଁରେ ଆମ୍ବୁଲାନ୍ସ ପଶି ନପାରିବାରୁ ଖଟିଆରେ ବୁହାହେଲେ ରୋଗୀ, ହସ୍ପିଟାଲରେ ଚାଲିଗଲା ଜୀବନ

ଗାଁରେ ଭଲ ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଖଟିଆରେ ବୁହାହେଲେ ରୋଗୀ
ଖଟିଆରେ ବୁହାହେଲେ ରୋଗୀ
author img

By

Published : Mar 14, 2023, 10:00 AM IST

ଖଟିଆରେ ବୁହାହେଲେ ରୋଗୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର । ଭଲ ରାସ୍ତାଟିଏ ନଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ହସ୍ପିଟାଲ ଯିବା ପାଇଁ ଖଟିଆରେ ବୁହାହେଲେ ରୋଗୀ । ଠିକ୍ ସମୟରେ ଚିକିତ୍ସା ନପାଇ ହସ୍ପିଟାଲ ବେଡ୍‌ରେ ଆଖି ବୁଜିଲେ । ରାଜ୍ୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ କଳାହାଣ୍ଡିର ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ପୁଇଝରୀ ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ବ୍ଲକ ମୁଖ୍ୟାଳୟଠାରୁ ମାତ୍ର ୪୦ କିଲୋମିଟର ଦୂରରେ ଅବସ୍ଥିତ ପୁଇଝରୀ ଗାଁ । ଏହି ଗାଁର ଜାମିନୀ ମାଝୀ ଉର୍ଳାଦାନୀ ଆଶ୍ରମ ସ୍କୁଲରେ ରହି ପାଠ ପଢୁଥିଲେ । ସେଠାରେ ତାଙ୍କୁ ଜ୍ଵର ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପରିବାର ଲୋକେ ବହୁ କଷ୍ଟରେ ତାଙ୍କୁ ଗାଁକୁ ନେଇ ଯାଇଥିଲେ । ଘରେ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ପରିବାର ଲୋକେ ହସ୍ପିଟାଲ ନେବା ପାଇଁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ରାସ୍ତା ନଥିବା କାରଣରୁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିନଥିଲା । ଯାହାଫଳରେ ପରିବାର, ଗ୍ରାମବାସୀ ଓ ସମ୍ପର୍କୀୟ ମିଶି ଗୁରୁତର ଅବସ୍ଥାରେ ଜମିନୀଙ୍କୁ ଖଟିଆରେ ବୋହି ଜଙ୍ଗଲ ରାସ୍ତାରେ ଉର୍ଳାଦାନୀରେ ପହଞ୍ଚି ଥିଲେ ।

ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମଦନପୁର ରାମପୁର ମେଡିକାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜାମିନୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବର ପାଇ ପୋଲିସ ମେଡ଼ିକାଲରେ ପହଞ୍ଚି ଅନୁଧ୍ଯାନ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଗାଁକୁ ଯଦି ଭଲ ରାସ୍ତାଟିଏ ଥାଆନ୍ତା ଏବଂ ଠିକ୍ ସମୟରେ ସ୍ବାସ୍ଥ୍ୟସେବା ମିଳି ପାରିଥାନ୍ତା ତାହାହେଲେ ହୁଏତ ଜାମିନୀଙ୍କ ମୃତ୍ୟୁ ଘଟିନଥିନ୍ତା ବୋଲି କୁହାଯାଇଛି ।

ତେବେ କଳାହାଣ୍ଡି ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ ରୋଗୀ ଖଟିଆରେ ବୁହାହେବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି । ହେଲେ ସରକାର ଓ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନିର୍ବଚିତ ଜନପ୍ରତିନିଧି କେବଳ ଦେଖ ଶୁଣ ଓ ଚୁପ ରୁହ ନୀତିରେ ରହୁଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ବାରମ୍ବାର ଗାଁକୁ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିଲେ ମଧ୍ୟ ସରକାର କି ପ୍ରଶାସନ ଦୃଷ୍ଟି ଦେଉନଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଗାଁକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.