ETV Bharat / state

ଭାଇ ଭଉଣୀ ସମ୍ପର୍କରେ କଳଙ୍କ, 7 ମାସର ଗର୍ଭବତୀ ହେଲା ନାବାଳିକା

author img

By

Published : Jun 11, 2023, 7:44 AM IST

ପୁଣି ଲଜ୍ଜା । ଭାଇ-ଭଉଣୀ ସମ୍ପର୍କରେ ଲାଗିଲା କଳଙ୍କ । ୧୫ ବର୍ଷୀୟ ନାବାଳିକାକୁ ୭ ମାସର ଗର୍ଭବତୀ କରାଇଲା ସମ୍ପର୍କୀୟ ଭାଇ । ଅଧିକ ପଢ଼ନ୍ତୁ

ସମ୍ପର୍କରେ ଲାଗିଲା କଳଙ୍କଛିଟା
ସମ୍ପର୍କରେ ଲାଗିଲା କଳଙ୍କଛିଟା

ଭବାନୀପାଟଣା: ସମାଜରେ ଭାଇ ଭଉଣୀର ସମ୍ପର୍କକୁ ସବୁଠୁ ବିଶ୍ୱାସନୀୟ ଓ ଆତ୍ମୀୟ ସମ୍ପର୍କ ଭାବରେ ତୁଳନା କରାଯାଏ । ଭାଇ ହାତରେ ସୁରକ୍ଷାର କବଚ ବାନ୍ଧେ ଭଉଣୀ । ଆଉ ଏହି ସମ୍ପର୍କ ବଦଳରେ ଭାଇ ଠାରୁ ଭଉଣୀ ନିଜ ସୁରକ୍ଷା ମାଗିଥାଏ । ଯେଉଁଠି ଭଉଣୀକୁ ଭାଇ ଗର୍ଭବତୀ କରାଉଛି ସେଇଠି ଏହି ଭାବାବେଗର କୌଣସି ମହତ୍ତ୍ୱ ନାହିଁ । ଏଭଳି ଏକ ଲଜ୍ଜାନକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ କଲମପୁର ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକାକୁ ୭ ମାସର ଗର୍ଭବତୀ କରାଇଛି ନାବାଳିକାର ସମ୍ପର୍କୀୟ ଭାଇ ।

ଡଙ୍ଗରୀ ଗୁଡା ଗାଁର ଅଶ୍ୱିନ ମାଝୀ ନିଜ ସମ୍ପର୍କୀୟ ମାଉସୀର ୧୫ ବର୍ଷୀୟ ନାବାଳିକାକୁ ଡରାଇ ଦୀର୍ଘ ୨ ମାସ ଧରି ଶାରୀରିକ ସମ୍ପର୍କ ରଖିବା ସହ ଏହି କଥା ପରିବାର ଲୋକଙ୍କୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଆସୁଥିଲା । ତେବେ ଆଭିଯୋଗ ଅନୁଯାୟୀ,‘‘ ଅଶ୍ୱିନ ମାଝୀ ପ୍ରଥମେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇଥିଲା । ନାବାଳିକା ଜଣକ ମନା କରିବା ପରେ ଜୋର ଜବରଦସ୍ତ ବାରମ୍ବାର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଘରେ କହିଲେ ତାକୁ ଓ ତାର ପରିବାରକୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା । ପରେ ନାବାଳିକା ଜଣକ ୭ ମାସର ଗର୍ଭବତୀ ହେବା ପରେ ପରିବାର ସବୁକଥା ଜଣିଥିଲେ ।

ଯାହାକୁ ନେଇ ଏବେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ବଡ଼ କଥା ହେଲା ଯେ ଅଭିଯୁକ୍ତ ଅଶ୍ୱିନ ବିବାହିତ ହୋଇଥିବା ବେଳେ ତାଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ନାବାଳିକା ଜଣକ ଗର୍ଭବତୀ ହେବା ପରେ ପରିବାର ଲୋକେ ନାବାଳିକାଠୁ ଘଟଣା ବିଷୟରେ ଜାଣିବା ପରେ ଏନେଇ ପ୍ରଥମେ ନିଜ ଆଦିବାସୀ ସମାଜକୁ ଜଣାଇଥିଲେ । ଯାହାକୁ ନେଇ ଗାଁରେ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସାମାଜିକ ବୈଠକରେ ଯୁବକଙ୍କୁ ନାବାଳିକାଙ୍କୁ ବିବାହ କରିବା ପାଇଁ କହିବା ପରେ ଅଭିଯୁକ୍ତ ଜଣକ ମନା କରିଦେଇଥିଲା । ପରେ ସମ୍ପୂର୍ଣ୍ଣ ଘଟଣାକୁ ନେଇ କଲମପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଜଣକ ଫେରାର ମାରିଥିବା ନେଇ ପୋଲିସ ସୂଚନା ଦେଇଛି । ସେପଟେ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପଲଟିଥିବା ବେଳେ ଅଭିଯୁକ୍ତକୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.