ETV Bharat / state

Maha Shivratri: କଳାହାଣ୍ଡିର ବିଭିନ୍ନ ଶିବାଳୟରେ ଉଠିଲା ମହାଦୀପ

author img

By

Published : Feb 19, 2023, 10:32 AM IST

ପବିତ୍ର ମହାଶିବରାତ୍ରୀରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶୈବ ପୀଠରେ ମହାଦୀପ ଉଠିଛି । ଅଧିକ ପଢନ୍ତୁ

Maha Shivratri
କଳାହାଣ୍ଡିର ବିଭିନ୍ନ ଶିବାଲୟରେ ଉଠିଲା ମହାଦୀପ

ଭବାନୀପାଟଣା: ମହାଶିବରାତ୍ରୀରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଶିବାଳୟରେ ମହାଦୀପ ଉଠିଛି । ମହାଦେବଙ୍କ ମହାଦୀପ ଉଠିବା ପରେ ଜାଗର ଜାଳୁଥିବା ଶ୍ରଦ୍ଧାଳୁ ଉପବାସ ଭଙ୍ଗ କରିଛନ୍ତି । ଶିବରାତ୍ରୀରେ ଦେବ ଦେବ ମହାଦେବଙ୍କୁ ଆରାଧନା କରିବାର ଦିନ । ବିଶ୍ବାସ ରହିଛି ଏହି ଦିନ ଭୋଳା ଭବାଙ୍କ ଦର୍ଶନ କରିବା ସହ ଜାଗାର ଜାଳି ମହାଦୀପ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଆଉ ସେଥିପାଇଁ ମହାଶିବାତ୍ରୀରେ ସକାଳୁ ସକାଳୁ କଳାହାଣ୍ଡି ଜିଲ୍ଲା ସମସ୍ତ ଶିବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା ।

ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ହୋଇ ଉଠିଥିଲା ଗାଁଠୁ ସହର । ବଡି ଭୋରୁ ଆରମ୍ଭ କରି ରାତି ତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ପରିବାର ସହ ଭୋଳା ବାବାଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ମାନସିକ କରି ମନ୍ଦିର ବେଢାରେ ଉଜାଗର ରହି ଦୀପ ଜାଳିଥିଲେ । ହର ହର ମହାଦେବ ଧ୍ଵନିରେ ପ୍ରମ୍ପିତ ହୋଇ ଉଠିଥିଲା ଗଗନ ପବନ । କଳାହାଣ୍ଡି ଜିଲ୍ଲାର ସମସ୍ତ ଶିବାଳୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷକରି ଜିଲ୍ଲାର ପ୍ରସିଦ୍ଧ ମନ୍ଦିର ବେଲଖଣ୍ଡି ମନ୍ଦିର, ମୋହନଗିରି ଧବଳେଶ୍ବର ମନ୍ଦିର ଧର୍ମଗଡ଼ ପ୍ରଦେଶ୍ବର ଶିବ ମନ୍ଦିର ସମେତ ଭବାନୀପାଟଣା ସହରର ଜଳେଶ୍ବର ଶିବ ମନ୍ଦିର ଭଣ୍ଡେଶ୍ଵର ବାବା, ଓ ବାଲୁଙ୍କେଶ୍ବର ବାବାଙ୍କ ମନ୍ଦିରରେ ରାତି ପ୍ରାୟ ୧୧ଟା ସମୟରେ ମହାଦୀପ ଉଠିଥିଲା ।

ଏହାପରେ ହର ଗୌରୀ ଭେଟ ହୋଇଥିଲା । ରୀତିନୀତି ଅନୁଯାୟୀ ମହାଦୀପ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । ଶଙ୍ଖ ଧ୍ଵନି ସହ ଘଣ୍ଟଘଣ୍ଟା ବାଦ୍ୟରେ ମହାଦୀପ ମନ୍ଦିରରୁ ବାହାରି ବେଢ଼ା ପରିକ୍ରମା କରିବା ପରେ ମହାଦୀପ ମନ୍ଦିର ଉପରକୁ ଉଠିଥିଲା । ଏହାପରେ ଅନୁଷ୍ଠିତ ହୋଇଥିଲା ହର ଗୌରୀ ଭେଟ । ସେହିପରି ରାଜ୍ୟରେ ଅନ୍ୟାନ୍ୟ ଶୈବପୀଠରେ ମଧ୍ୟ ରୀତିନୀତି ଅନୁସାରେ ମହାଦୀପ ଉଠିଥିଲା । ପୁଣି ଆରବର୍ଷକୁ ସେହି ପବିତ୍ର ଦିନକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ ।

ଏହା ବି ପଢନ୍ତୁ...Maha Shivratri: ଲିଙ୍ଗରାଜ ମନ୍ଦିରରେ 3 ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

ପ୍ରକାଶଥାଉ କି, ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ବିଳମ୍ବିତ ରାତି ପ୍ରାୟ 1ଟା 10ରେ ମହାଦୀପ ଉଠିଥିଲା । ଦିନ ଯାକ ଉପବାସ ରହି ମନ୍ଦିର ବେଢାରେ ହଜାର ହଜାର ଶ୍ରଦ୍ଧାଳୁ ଉଜାଗର ରହି ଜାଗର ଦୀପ ଜାଳିଥିଲେ । ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ମହାଦୀପ ଉଠିବାକୁ ଚାତକ ପରି ତାହିଁ ବସିଥିଲେ ଶ୍ରଦ୍ଧାଳୁ । ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁ ସେ ଅପୂର୍ବ ଦୃଶ୍ୟ ଦର୍ଶନ କରି ଧନ୍ୟ ହୋଇଥିଲେ । ଏହାପରେ ଉପବାସ ଭଙ୍ଗ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.