ETV Bharat / state

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଦୋଷୀକୁ ୨୦ ବର୍ଷ ଜେଲ

author img

By

Published : Oct 1, 2022, 5:02 PM IST

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀକୁ ୨୦ ବର୍ଷ ସଶ୍ରମ ଦଣ୍ଡ ସାଙ୍ଗକୁ ୫ ହଜାର ଟଙ୍କା ଜରିମାନା ଶୁଣାଇଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ । ଅଧିକ ପଢ଼ନ୍ତୁ

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଦୋଷୀକୁ ୨୦ ବର୍ଷ ଜେଲ
ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଦୋଷୀକୁ ୨୦ ବର୍ଷ ଜେଲ

ଭବାନୀପାଟଣା: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ୮ ବର୍ଷ ପରେ ଦୋଷୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ । ୨୦୧୪ ମସିହାର ଏକ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାର ଶୁଣାଣି କରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସାଙ୍ଗକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆହୁରି ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ ୨୦୧୪ ମସିହାରେ ଜିଲ୍ଲାର ଭାବନୀପାଟଣା ସଦର ଥାନା ଅଞ୍ଚଳର ଜନୈକ ନାବାଳିକା ଚାଷ ଜମିରୁ ଫେରିବା ସମୟରେ ମନସ୍କା ଗାଁର ଡମେ ଝରନ ମାଝୀ ନାବାଳିକାକୁ ଏକୁଟିଆ ଦେଖି ଦୁଷ୍କର୍ମ କରିଥିଲା । ଏହାପରେ ଅଭିଯୁକ୍ତ ନାବାଳିକାକୁ ହତ୍ୟା ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ୨୦୧୪ ଅଗଷ୍ଟ ୧୧ରେ ଭବାନୀପାଟଣା ସଦର ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ଡମେକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ତେବେ ଘଟଣାର ୮ ବର୍ଷ ପରେ ମାମଲାରେ ରାୟ ପ୍ରକାଶ କରି ଆଜି ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବ୍ରତ କୁମାର ପଟ୍ଟନାୟକ ଦୋଷୀକୁ ୨୦ ବର୍ଷ ଦଣ୍ଡାଦେଶ କରିଛନ୍ତି । ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ରୋହିତ ମିଶ୍ର ପରିଚାଳନା କରିଥିଲେ । ତେବେ ଘଟଣାର ୮ ବର୍ଷ ପରେ ନାବାଳିକାର ବଳାତ୍କାରୀ ଏବଂ ହତ୍ୟାକାରୀକୁ ଜେଲ୍‌ ଦଣ୍ଡାଦେଶ ହେବା ପରେ ମୃତ ନାବାଳିକାର ପରିବାର ଲୋକେ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.