ETV Bharat / state

ଅମଳ ହେଲାଣି ଧାନ; ମଣ୍ଡି ସମସ୍ୟା ଯୋଗୁଁ ଶୋଷଣର ଶିକାର ଚାଷୀ

author img

By

Published : Nov 20, 2021, 12:48 PM IST

କଳାହାଣ୍ଡି ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଧାନ ଅମଳ କାର୍ଯ୍ୟ । ମଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରି ନଥିବା ଯୋଗୁଁ ଏବେ ବିକ୍ରୟ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ

ଅମଳ ହେଲାଣି ଧାନ; ମଣ୍ଡି ସମସ୍ୟା ଯୋଗୁଁ ଶୋଷଣର ଶିକାର ଚାଷୀ
ଅମଳ ହେଲାଣି ଧାନ; ମଣ୍ଡି ସମସ୍ୟା ଯୋଗୁଁ ଶୋଷଣର ଶିକାର ଚାଷୀ

ଭବାନୀପାଟଣା: ରାଜ୍ୟରେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନରେ ଦ୍ବିତୀୟ । ଚଳିତ ବର୍ଷ ବର୍ଷାଭାବ ଯୋଗୁଁ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ହେଲେ ଯାହା ବି କିଛି ଅମଳ ହୋଇଛି ତାହାର ବିକ୍ରୟ ଚିନ୍ତା ଏବେ ଘାରିଛି ଚାଷୀଙ୍କୁ । କାରଣ ଧାନ କ୍ରୟ ପାଇଁ ପ୍ରଶାସନ ମଣ୍ଡି ବ୍ୟବସ୍ଥା କରିଥିବାବେଳେ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରି ନାହିଁ । ତେଣୁ ବର୍ତ୍ତମାନ ମଣ୍ଡି ଅପେକ୍ଷାରେ କଳାହାଣ୍ଡି ଚାଷୀ ।

ଜିଲ୍ଲାର ଜଳସେଚିତ ଓ ଅଣଜଳସେଚିତ ଅଞ୍ଚଳରେ ଧାନ ଅମଳ ଶେଷ ପର୍ଯ୍ୟାୟରେ । ବିଶେଷକରି ଜୟପାଟଣା, ଧର୍ମଗଡ, ଜୁନାଗଡ ଓ ଭବାନୀପାଟଣା ବ୍ଲକରେ ଚାଷୀ ଧାନ ଅମଳ କରି ଖଳାରେ ରଖିଛି । ମୋଟ ଚାଷର ପ୍ରାୟ ୬୦ ଭାଗ ଆମଳ ହୋଇସାରିଥିଲେ ହେଁ ଜିଲ୍ଲାରେ ସରକାରୀ ଦରରେ ଧାନ ସଂଗ୍ରହ ହୋଇପାରି ନାହିଁ । ଫଳରେ କ୍ଷୁଦ୍ର ଚାଷୀ ଶୋଷଣର ଶିକାର ହେଉଥିବାର ଅଭିଯୋଗ ଆସିଛି । ସେପଟେ ମଣ୍ଡି ସମସ୍ୟା ଦଲାଲଙ୍କ ପାଇଁ କ୍ବିଣ୍ଟାଲ ପ୍ରତି ୮୫୦ ରୁ ୯୦୦ ଟଙ୍କାରେ ଧାନ କିଣିବା ପାଇଁ ସୁଯୋଗ ସୃଷ୍ଟି କରିଛି । ବିଳମ୍ବରେ ମଣ୍ଡି ଖୋଲିବା ଯୋଗୁଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଅମଳ କରିଥିବା ଚାଷୀ ଶୋଷଣର ଶିକାର ପାଲଟୁଛନ୍ତି ।

ଅପରପକ୍ଷେ, ପ୍ରଶାସନିକ ସ୍ତରରେ ଧାନ କ୍ରୟକୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆସନ୍ତା ୨୫ ତାରିଖରୁ ମଣ୍ଡି ଖୋଲିବ । ପ୍ୟାକ୍ସ ଅନୁଯାୟୀ ଧାନ ମଣ୍ଡି ଖୋଲିବା ନେଇ କଳାହାଣ୍ଡି ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.