ETV Bharat / state

କାମରେ ଆସୁନି କଳାହାଣ୍ଡି କୋଣାର୍କ ସୂତାକଳ, କ୍ଷତି ସହୁଛନ୍ତି କପା ଚାଷୀ - କେସିଙ୍ଗା କୋଣାର୍କ ସ୍ପିନିଂ ଓ ଜିନିଙ୍ଗ ମିଲ୍

ଚାଷୀଙ୍କ ରୋଜଗାର ବୃଦ୍ଧି ସହ ଦାଦନ ସମସ୍ୟାରେ ରୋକ ଲଗାଇବା ପାଇଁ କୋଣାର୍କ ସୂତାକଳର କଳ୍ପନା କରାଯାଇଥିଲା । ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ଗଢି ଉଠିଥିଲା କୋଣାର୍କ ସ୍ପିନିଂ ଓ ଜିନିଙ୍ଗ ମିଲ୍ । ଏଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ ଏହି ମିଲ୍ । ଅଧିକ ପଢନ୍ତୁ

କୋମାରେ କୋଣାର୍କ ମିଲ
କୋମାରେ କୋଣାର୍କ ମିଲ
author img

By

Published : Aug 2, 2022, 5:23 PM IST

ଭବାନୀପାଟଣା: ଚାଷୀଙ୍କ ରୋଜଗାର ବୃଦ୍ଧି ସହ ଦାଦନ ସମସ୍ୟାରେ ରୋକ ଲଗାଇବା ପାଇଁ କୋଣାର୍କ ସୂତାକଳର କଳ୍ପନା କରାଯାଇଥିଲା । ୧୯୮୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ସ୍ଥାପିତ ହୋଇଥିଲା କୋଣାର୍କ ସ୍ପିନିଂ ଓ ଜିନିଙ୍ଗ ମିଲ୍ । ଧଳା ସୁନା ଉତ୍ପାଦନରେ କଳାହାଣ୍ଡି ରାଜ୍ୟର ପ୍ରଥମ ଜିଲ୍ଲା ହୋଇଥିବାବେଳେ ଏଠାକାର କପାକୁ ନେଇ ସ୍ପିନିଂ ଓ ଜିନିଙ୍ଗ ମଧ୍ୟମରେ ସୂତା ତିଆରି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଏହି କାରଖାନା । ତେବେ ସ୍ଥାପନ ହେବା ଦିନରୁ ହିଁ ଏହା କାର୍ଯ୍ୟକ୍ଷମ ହୋଇ ପାରିନାହିଁ ।

କାମରେ ଆସୁନି କଳାହାଣ୍ଡି କୋଣାର୍କ ସୂତାକଳ

ଆଜକୁ ୪୦ ବର୍ଷ ତଳେ କୋଣାର୍କ ସୂତାକଳର ପରିକଳ୍ପନା କରାଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ ୧୫ କୋଟି ଟଙ୍କାରେ ମିଲର ଭିତ୍ତିଭୂମିର ବିକାଶ କରାଯାଇଥିଲା । ହେଲେ ରାଜନୈତିକ ଇଛାଶକ୍ତି ଅଭାବ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏବେ କୋମାରେ ପଡିଛି ଜିଲ୍ଲାବାସୀଙ୍କ ଏହି ବହୁ ପ୍ରତିକ୍ଷୀତ କାରଖାନା । ଯେଉଁ ଉଦ୍ଦେଶ୍ୟରେ କୋଣାର୍କ ସୁତାକଳର ପରିକଳ୍ପନା କରାଯାଇଥିଲା ତାହା ବାଟବଣା ହୋଇ ଯାଇଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ପ୍ରାୟ ବର୍ଷକୁ ୫ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦନ ହେଉଥିବା ବେଳେ ଏଥିରୁ ପ୍ରାୟ ୨ ଶହରୁ ୩ ଶହ କୋଟି ଟଙ୍କା ଆଦାୟ ହେବା ସହ ଚାଷୀଙ୍କ ଠାରୁ କ୍ରୟ ପାଇଁ ସରକାର ସିସିଆଇକୁ ଦାୟିତ୍ୱ ଦେଇଛନ୍ତି । ହେଲେ ସିସିଆଇ କର୍ମଚାରୀ ଓ କୋଣାର୍କ ସୂତାକଳର ଅସହଯୋଗନୀତି ଯୋଗୁଁ ଚାଷୀମାନେ ଅନେକ ଅସୁବିଧାର ସମ୍ମୁଖିନ ହେବା ସହ କ୍ଷତି ସହୁଥିବା ଦେଖିବାକୁ ମିଳୁଛି ।

କୋଣାର୍କ ସୂତାକଳରେ କେବଳ ୩ ମାସ ପାଇଁ ଜିନିଙ୍ଗ କରାଯାଇଥାଏ । ଯଦି ପୁନଃରୁଦ୍ଧାର କରାଯିବା ସହ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଏ ତାହେଲେ ପ୍ରାୟ ୧୫ ସହରୁ ଉର୍ଦ୍ଧ୍ବ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ରୋଜଗାର ମିଳିବ । ଏଥି ସହ ଅନେକ ଶିକ୍ଷିତ ଯୁବକ ଯୁବତୀ ଚାକିରୀ ପାଇପାରିବେ। ଜିଲ୍ଲାର କପା ଉନ୍ନତ ମାନର ହୋଇଥିବାରୁ ଆନ୍ତର୍ଜାତୀୟ ମାର୍କେଟରେ ଏହାର ଚାହିଦା ଢେର ଅଧିକ ରହିଛି । ଏଠାରେ ପ୍ରଚୁର ପରିମାଣରେ କଞ୍ଚାମାଲ ଥିବା ସତ୍ତ୍ୱେ ଏଠାକାର ଶ୍ରମିକ ଓ ଶିକ୍ଷିତ ଯୁବକ ଯୁବତୀ ରୋଜଗାର ପାଇ ପାରୁନାହାନ୍ତି । ଏଥିଯୋଗୁଁ ଜିଲ୍ଲାରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଦାଦନ ସମସ୍ୟା ଉଗ୍ର ରୂପ ନେଉଛି । ଆଉ ଏ ସବୁକୁ ନେଇ ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି । ତେବେ ଦେଖିବାର କଥା ଜିଲ୍ଲାବାସୀଙ୍କ ଏହି ବହୁ ପ୍ରତିକ୍ଷୀତ ଦାବିକୁ ପୂରଣ କରିବାରେ କେତେ ସଫଳ ହେଉଛନ୍ତି ସରକାର ।

ଇଟିିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.