ETV Bharat / state

ପରଲୋକରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ - ସାମ୍ବାଦିକ ମହମ୍ମଦ ଅସଲମ ମୃତ୍ୟୁ

ଏକ ଘୋରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟକରୁଥିବା ମହମ୍ମଦ ଅସ୍‌ଲମଙ୍କ ଦେହାନ୍ତ ହୋଇଛି । ୩ ଦିନ ତଳେ ତାଙ୍କୁ ବ୍ରେନ ହେମରେଜ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଧିକ ପଢନ୍ତୁ

ପରଲୋକରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ
ପରଲୋକରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ
author img

By

Published : Dec 9, 2021, 10:41 PM IST

ଭବାନୀପାଟଣା: ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭିକ ଚେହେରା । ଯିଏ ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକର କଥା, ଅତି ନିଖୁଣ ଭାବରେ ଉପସ୍ଥାପନ କରୁଥିଲେ । ଅନେକ ନିର୍ଭିକ ସାମ୍ବାଦିକ ଗଠନ କ୍ଷେତ୍ରର ଜଣେ ବିନ୍ଧାଣି । ସେ ଆଉ କେହି ନୁହନ୍ତି ଏକ ଘୋରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟକରୁଥିବା ମହମ୍ମଦ ଅସ୍‌ଲମ ।

ପରଲୋକରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ
ପରଲୋକରେ ବରିଷ୍ଠ ସାମ୍ବାଦିକ ମହମ୍ମଦ ଅସଲମ
ଗତ ୩ ଦିନ ତଳେ ତାଙ୍କୁ ବ୍ରେନ ହେମରେଜ ହେବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି(ଗୁରୁବାର) ଚିକିତ୍ସାଧିନ ଅବସ୍ଥାରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସେ ସାଧାରଣ ଲୋକଙ୍କ ମନରେ ଆସ୍ଥା ଭାଜନ କରିପାରିଥିଲେ ।

ଏହା ସହ ବର୍ତ୍ତମାନର ଯୁବ ସାମ୍ବାଦିକଙ୍କ ପାଇଁ ସେ ଥିଲେ ଜଣେ ପ୍ରେରଣା ଦାୟୀ । ତାଙ୍କ ମୃତ୍ୟ ଖବର ପ୍ରଚାର ପରେ ଏବେ ଚାରିଆଡେ ଖେଳି ଯାଇଛି ଶୋକର ଛାୟା ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.