ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ଆଜି(ମଙ୍ଗଳବାର) ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଗତକାଲି(ସୋମବାର) ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟ ସରକାର ଜିଲ୍ଲାର ୧୦୦ଟି ସ୍କୁଲକୁ 5T ରେ ରୂପାନ୍ତରିତ କରିବା ପରେ ଉଦଘାଟନ କରିଥିଲେ । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ।
5T ସ୍କୁଲ୍ ରୂପାନ୍ତରିତ ନାଁରେ ପୁରୁଣା କୋଠାରେ ରଙ୍ଗ ବୋଳି ସରକାରଙ୍କ ରାଜସ୍ବ ହାନୀ କରାଯାଉଥିବା ନେଇ ଅଭିଯୋଗ କରିଛି କଂଗ୍ରେସ । କଳାହାଣ୍ଡିରେ ପଲିଟେକ୍ନିକ୍ କଲେଜ୍ରେ ଅବ୍ୟବସ୍ଥା ଲାଗି ରହିଛି । ଗ୍ରାମାଞ୍ଚଳରେ ଥିବା ସ୍କୁଲ୍ଗୁ଼ଡ଼ିକରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ରାଜ୍ୟର ଅଧିକାଂଶ ସ୍କୁଲ୍ରେ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ତାହାକୁ ପୁରଣ କରାଯାଉନଥିବା ବେଳେ ସରକାର ସ୍କୁଲ୍ ରୂପାନ୍ତରୀକରଣ ନାଁରୋ ଲୋକଙ୍କୁ ଭୁଆଁ ବୁଲାଇଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଳାହାଣ୍ଡି ଯୁବ ଓ ଛାତ୍ର କଂଗ୍ରେସ ।