ETV Bharat / state

ଇନ୍ଦ୍ରାବତୀ କେନାଲ ଆଡିବନ୍ଧ ଭାଙ୍ଗିବା ଘଟଣା, ଘଟଣାସ୍ଥଳରେ ବିଜେପିର ସ୍ଵତନ୍ତ୍ର ଟିମ୍

author img

By

Published : Aug 3, 2021, 8:25 AM IST

ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଆଡିବନ୍ଧ ଭାଙ୍ଗିବା ଘଟଣା। ଘଟଣାସ୍ଥଳରେ ପହଞ୍ଚିଲା ବିଜେପିର ସ୍ଵତନ୍ତ୍ର ଟିମ। ଅଧିକ ପଢନ୍ତୁ...

ଇନ୍ଦ୍ରାବତୀ କେଲାନ ଆଡିବନ୍ଧ ଭାଙ୍ଗିବା ଘଟଣା। ଘଟଣା ସ୍ଥଳରେ ବିଜେପିର ସ୍ଵତନ୍ତ୍ର ଟିମ୍

ଭବାନୀପାଟଣା: ଇନ୍ଦ୍ରାବତୀ ଉଠାଜଳସେଚନ ପ୍ରକଳ୍ପ ଆଡିବନ୍ଧ ଭାଙ୍ଗିବା ଘଟଣା। ଏହି ଘଟଣାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତ ପ୍ରଦାନ ଦାବିରେ ଘଟଣାସ୍ଥଳରେ ପହଞ୍ଚିଲା କଳାହାଣ୍ଡି ଜିଲ୍ଲା ବିଜେପିର ସ୍ଵତନ୍ତ୍ର ଟିମ୍।

ଧର୍ମଗଡ ଉପଖଣ୍ଡରେ ୨୫,୨୭୫ ହେକ୍ଟର ଅଣ ଜଳସେଚନ ଚାଷ ଜମି ପାଇଁ ରାଜ୍ୟ ସରକାରଙ୍କ ସ୍ବପ୍ନର ପ୍ରୋଜେକ୍ଟ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲକୁ ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ଓ ଜୁଲାଇ ମାସରେ ପ୍ରଥମ ଥର ଏହି କେନାଲରେ ଖରିଫ ଚାଷ ପାଇଁ ପାଣି ଛଡ଼ା ଯାଇଥିଲା । ହେଲେ ବନ୍ୟାଜଳ ନିଷ୍କାସନ ସମୟରେ ଓଭର ଫ୍ଲୋ ପାଣି ଆସି କୋକସରା ବ୍ଲକ ମାଝୀଗୁଡା ନିକଟରେ କେନାଲ ଆଡ଼ିବନ୍ଧ ଭାଙ୍ଗିବାରୁ ୨୦ ଫୁଟର ଘାଇ ହେବା ଫଳରେ ଶହ ଶହ ହେକ୍ଟର ଜମିରେ ପାଣି ମାଡି ବ୍ୟାପକ ଚାଷ କ୍ଷତି ହୋଇଥିଲା।

ଏହି ଘଟଣା ପରେ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ଆସି ବିଜେଡି ସରକାରଙ୍କୁ ଟାର୍ଗେଟ କରିବା ସହ ଚାଷୀଙ୍କୁ ଖୁବଶୀଘ୍ର ହେକ୍ଟର ପ୍ରତି ୫୦ ହଜାର ଟଙ୍କାର ସହାୟତା ଦେବାକୁ ଦାବି କରିଛନ୍ତି, ନଚେତ ବିଜେପି ପକ୍ଷରୁ ଚାଷୀଙ୍କ ହକ ପାଇଁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.