ଭବାନୀପାଟଣା: ଚୋରା ମଦ ବେପାର କରି ମାଲାମାଲ ହେବାରେ ଲାଗିଛନ୍ତି କିଛି ଅସାଧୁ ବ୍ୟବସାୟୀ । ଏପରି କିଛି ଅସାଧୁ ବ୍ୟବସାୟୀଙ୍କୁ ଗତକାଲି (ମଙ୍ଗଳବାର) କଳହାଣ୍ଡି ଜିଲ୍ଲା ଆମପାଣି ଥାନା ପୋଲିସ ଗିରଫ କରିଛି ।
ସୂଚନାଅନୁସାରେ, ଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଧୋବେନ ଚଞ୍ଚରା ଗାଁର ପଦୁ ଚଲାନ ଦେଶୀ ବନ୍ଧୁକ ସାହାଯ୍ୟରେ ଦୀର୍ଘ ଦିନ ହେବ ଚୋରା ମଦ କାରବାର କରି ଆସୁଥିଲା । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ଦେଶୀ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତ ମାଫିଆକୁ ଗିରଫ କରିଛି । ଏହାସହ ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ମଦ ଜବତ କରିଥିବା ବେଳେ ଅଧିକ ପଚାରଉଚୁରା ପରେ ଅଭିଯୁକ୍ତ ମଦ ମାଫିଆ ପଦୁ ଚଲାନକୁ କୋର୍ଟ ଚାଲାଣ କରିଛି ଆମପାଣି ଥାନା ପୋଲିସ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ