ETV Bharat / state

ଲୋକଙ୍କ ଆସ୍ଥା ଭାଜନ ପ୍ରୟାସ, ମାଓ ଇଲାକାରେ CRPFର ସ୍ବାସ୍ଥ୍ୟ କ୍ୟାମ୍ପ୍‌

author img

By ETV Bharat Odisha Team

Published : Dec 17, 2023, 7:43 AM IST

ମାଓ ଇଲାକାରେ ସିଆରପିଏଫର ସ୍ବସ୍ଥ୍ୟ କ୍ୟାମ୍ପ । ଲୋକଙ୍କ ଆସ୍ଥା ଭାଜନ ସହ ମାଓ ଅଧ୍ୟୁଷିତ ଅଞ୍ଚଳର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମମାନ ହାତକୁ ନେଇଛି CRPF । ଅଧିକ ପଢ଼ନ୍ତୁ

ମାଓ ଇଲାକାରେ ସିଆରପିଏଫର ସ୍ବସ୍ଥ୍ୟ କ୍ୟାମ୍ପ , ଲୋକଙ୍କ ଆସ୍ଥା ଭାଜନ ପ୍ରୟାସ

ଭବାନୀପଟଣା: ମାଓ ଇଲାକାରେ ଲୋକଙ୍କ ନିକଟତର ହେବାରୁ CRPFର ପ୍ରୟାସ ଜାରି ରହିଛି । ମାଓ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ୧୩ଟି ବ୍ଲକରୁ ୧୧ ଗୋଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ୨୦୧୫ ମସିହାଠାରୁ ସରକାର ଘୋଷଣା କରିଥିଲେ । ଏହା ପରଠାରୁ କେନ୍ଦ୍ରୀୟ ସୁରକ୍ଷା ବଳ CRPF ୬୪ ବଟାଲିଆନକୁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ତୈନାତ କରିଛନ୍ତି ସରକାର । ମାଓ ଅଞ୍ଚଳବାସୀଙ୍କ ନିକଟତର ହେବା ସହ ବିଶ୍ୱାସ ଭାଜନ ହେବା ପାଇଁ ଗତ ଦୁଇଦିନ ତଳେ କଳାହାଣ୍ଡି ଗସ୍ତରେ ଆସିଥିଲେ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ । ପୋଲିସ ମହା ନିର୍ଦ୍ଦେଶକ ମାଓ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ କରିିଥିଲେ । ଏହାପରେ ସିଆରପିଏଫ୍ ତରଫରୁ ଲୋକଙ୍କ ଆସ୍ଥା ଭାଜନ ପାଇଁ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥିବା ସୂଚନା ମଳିଛି । ଏହାରି ଭିତରେ ଆଜି କଳାହାଣ୍ଡି ଜିଲ୍ଲା ମାଓ ଅଧ୍ୟୁଷିତ ଅଞ୍ଚଳରେ ଏକ ସ୍ୱାସ୍ଥ୍ୟସେବା ଶିବିରର ଆୟୋଜନ କରିଛି CRPF ।

ଆଜି କଳାହାଣ୍ଡି ଜିଲ୍ଲା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଯୁଗସାଇପାଟଣାଠାରେ CRPF ୬୪ ବାଟାଲିଆନ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଯାଇଛି । ୫ଟି ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଉପାନ୍ତ ଇଲକାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରିବା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଛି । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଓ ମହିଳାଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିର ପ୍ରତ୍ୟେକ ଦୁଇ ମାସକୁ ଥରେ ମାଓ ଅଧ୍ୟୁଷିତ ଅଞ୍ଚଳରେ ଆୟୋଜନ କରାଯିବା ସହ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ସିଆରପିଏଫ୍ କମାଣ୍ଡେଣ୍ଟ୍‌ ପ୍ରଦୀପ ମିଶ୍ର ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ.....ବୌଦ୍ଧରେ ସୁରକ୍ଷାକର୍ମୀ-ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ଏହା ମଧ୍ୟ ପଢନ୍ତୁ.....ରାଜ୍ୟରେ ମାଓ ସଂଗଠନ ଶେଷ ନିଶ୍ୱାସ ନେଉଛି: ବିଏସଏଫ ଆଇଜି

ତେବେ CRPF କମାଣ୍ଡେଣ୍ଟ୍‌ ପ୍ରଦୀପ ମିଶ୍ର କହିଛନ୍ତି," ଏହି ପାହାଡ ପର୍ବତ ଘେରା ଅଞ୍ଚଳରେ ରହିଥିବା ଲୋକମାନେ ବିଭିନ୍ନ ସମୟରେ ସଠିକ୍ ସ୍ବାସ୍ଥ୍ୟସେବା ପାଇ ପାରୁନାହାନ୍ତି । ସେମାନଙ୍କୁ ସ୍ବସ୍ଥ୍ୟସେବା ଯୋଗାଇବା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ହେଲା ମାଓ ଅଧ୍ୟୁଷିତ ଅଞ୍ଚଳର ଲୋକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା । ତା ସହିତ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ।"

ଏହା ମଧ୍ୟ ପଢନ୍ତୁ.....ଖଣି ଖନନକୁ ବିରୋଧ, କଳାହାଣ୍ଡିରେ ଲାଗିଲା ମାଓ ପୋଷ୍ଟର

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.