ETV Bharat / state

ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

author img

By

Published : Mar 29, 2022, 9:22 AM IST

Updated : Mar 29, 2022, 10:22 AM IST

ବରଗଡ଼ ବରିଗୁମା ଜାତୀୟ ରାଜପଥକଡ଼ରୁ ଉଦ୍ଧାର କରାଯାଇଛି ସାମ୍ବାଦିକ ଦୁଷ୍ମନ୍ତ ନାଏକଙ୍କ ପୁଅର ଝୁଲନ୍ତା ମୃତଦେହ । ଏନେଇ ପରିବାର ପକ୍ଷରୁ ଥାନାରେ କରାଯାଇଛି ହତ୍ୟା ଅଭିଯୋଗ । ଅଧିକ ପଢନ୍ତୁ

ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା
ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

ଭବାନୀପାଟଣା: ବରଗଡ଼ ବରିଗୁମା ଜାତୀୟ ରାଜପଥକଡ଼ରୁ ଉଦ୍ଧାର କରାଯାଇଛି ସାମ୍ବାଦିକ ଦୁଷ୍ମନ୍ତ ନାଏକଙ୍କ ପୁଅର ଝୁଲନ୍ତା ମୃତଦେହ । ଏନେଇ ପରିବାର ପକ୍ଷରୁ ଥାନାରେ କରାଯାଇଛି ହତ୍ୟା ଅଭିଯୋଗ । ସୂଚନାନୁସାରେ ମୃତ ଯୁବକଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ଅକ୍ଷୟ ନାଏକ ପାଖକୁ ମାର୍ଚ୍ଚ ୧୨ ତାରିଖ ଦିନ ସକାଳ ୧୦ଟାରେ ଏକ ଫୋନକଲ ଆସିଥିଲା। ଏହାପରେ ସେ ବାଇକ ଯୋଗେ ଘରୁ ବାହାରି ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଲାଗିନଥିଲା । ୧୫ ତାରିଖ ଦିନ ସକାଳୁ ସଦର ଥାନା ଅନ୍ତର୍ଗତ ସିଂଝରଣ ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତଦେହ ନିକଟରେ ବାଇକ ପଡି ରହିଥିବାବେଳେ ବାଇକ ନମ୍ବରରୁ ଏହା ଅକ୍ଷୟଙ୍କ ବାଇକ ବୋଲି ପୋଲିସ ଜାଣିବାକୁ ପାଇ ଅକ୍ଷୟଙ୍କ ପରିବାରକୁ ଖବର ଦେଇଥିଲା।

ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

ଖବରପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଅକ୍ଷୟଙ୍କ ମୃତଦେହ ଚିହ୍ନଟ କରିଥିଲେ। ତେବେ ଅକ୍ଷୟଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମୃତ ଅକ୍ଷୟଙ୍କ ବାପା ସାମ୍ବାଦିକ ଦୁଷ୍ମନ୍ତ । ଅନ୍ୟପକ୍ଷରେ ଘଟଣାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ନେଇ ମୃତ ଯୁବକଙ୍କ ବାପା ଅଭିଯୋଗ କରିବା ସହ ପୋଲିସର କାର୍ଯ୍ୟକାରୀତା ଉପରେ ଉଠାଇଛନ୍ତି ପ୍ରଶ୍ନବାଚୀ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

Last Updated : Mar 29, 2022, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.