ETV Bharat / state

ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣା, ଜଣେ ଗିରଫ - one arrested in kalahandi

ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣାରେ ଜଣଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ଅଧିକ ପଢନ୍ତୁ....

ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣା, ଜଣେ ଗିରଫ

author img

By

Published : Mar 2, 2021, 6:28 PM IST

ଭବାନୀପାଟଣା: କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଗାଁରେ ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣାରେ ଜଣଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ଅଭିଯୁକ୍ତର ନାଁ ବୈକୁଣ୍ଠ ଦୋରା ଓ ସେ ସେହି ଗ୍ରାମର ବୋଲି ଜଣାପଡିଛି । ଏନେଇ ଗିରଫ ଅଭିଯୁକ୍ତକୁ ପଚରା ଉଚରା ଜାରି ରଖିଛି ପୋଲିସ ।

ବନ୍ଧୁକ ମୁନରେ ଡାକ୍ତରାଣୀଙ୍କ ଘରୁ ସୁନା ଲୁଟ ଘଟଣା, ଜଣେ ଗିରଫ

ଘଟଣା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଉତ୍କେଲା ଗାଁର ହୋମିଓପ୍ୟାଥିକ ଡ଼ାକ୍ତରାଣୀଙ୍କ ଠାରୁ ଗତ ଫେବୃଆରୀ ୨୮ ତାରିଖ ଦିନ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଥିଲେ ଦୁର୍ବୃତ୍ତ । ଏନେଇ ଡାକ୍ତର ଜଣକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ଅନୁଯାୟୀ ସେହି ଗାଁର ଅଭିଯୁକ୍ତ ବୈକୁଣ୍ଠ ଦୋରା ଏହି କାଣ୍ଡ ଘଟାଇଥିବା ଜାଣିବାକୁ ପାଇ ପୋଲିସ ତାଙ୍କୁ ତାଙ୍କ ଘରୁ ଗିରଫ କରିଛି ।

ଡାକ୍ତରାଣୀ ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଥିବା ଅନୁଯାୟୀ ଅଭିଯୁକ୍ତ ଗତ କିଛି ମାସ ହେଲା ତାଙ୍କୁ ଦୁଷ୍କର୍ମ ପାଇଁ ପିଛା କରି ଆସୁଥିଲା । ଘଟଣା ଦିନ ତାଙ୍କ ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ବନ୍ଧୁକ ଦେଖାଇ ସୁନା ଲୁଟ କରିବା ସହ ଦୁଷ୍କର୍ମ ପାଇଁ ମଧ୍ୟ ଉଦ୍ୟମ କରିଥିଲା । ଅଭିଯୁକ୍ତ ପୂର୍ବରୁ ବି ବିଭିନ୍ନ ଅପରାଧିକ ମାମଲା ସଂପୃକ୍ତି ରହିଥିବା ପୋଲିସ କହିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.