ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଢ଼ଖମଠାରେ ଥିବା ଗାୟତ୍ରୀ ଏଗ୍ରୋ ଅଏଲ ଓ ଫୁଡ଼୍ ପ୍ରଡକ୍ଟ ଫ୍ୟାକ୍ଟ୍ରି ଉପରେ GST ବିଭାଗର ଚଢାଉ । GST ଫାଙ୍କିବା ଅଭିଯୋଗରେ ବିଭାଗ ପକ୍ଷରୁ ଚଢ଼ାଉ ଜାରି ହୋଇଥିବା ଜଣାପଡିଛି । ଚଢ଼ଉରେ ସ୍ଥାନୀୟ ପୋଲିସ ସମେତ GST ବିଭାଗର ୨୨ ଜଣିଆ ସ୍ୱତନ୍ତ୍ର ଟିମ ସାମିଲ ହୋଇଥିଲେ । ଫ୍ୟାକ୍ଟ୍ରିର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା GST ବିଭାଗ ଏନଫୋର୍ସମେଣ୍ଟ ଡେପୁଟି କମିଶନର ସମୀର ମାଝୀ କହିଛନ୍ତି । ତେବେ ଆକଳନ ପରେ କେତେ ପରିମାଣର GST ଫାଙ୍କିଛନ୍ତି ତାହା ସ୍ପଷ୍ଟ ହେବବୋଲି କମିଶନର କହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ