ETV Bharat / state

ଦୀପାବଳିରେ ଅଘଟଣ, କବାଡିଖାନାରେ ଅଗ୍ନିକାଣ୍ଡ

author img

By

Published : Oct 25, 2022, 7:15 AM IST

Updated : Oct 25, 2022, 12:05 PM IST

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏକ କବାଡିଖାନାରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ । ଅଧିକ ପଢ଼ନ୍ତୁ

fire breaks out at scrapyard in kalahandi
ଦୀପାବଳିରେ ଅଘଟଣ, କବାଡିଖାନାରେ ଅଗ୍ନିକାଣ୍ଡ

ଭବାନୀପାଟଣା: ଦୀପାବଳିରେ ଅଘଟଣ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବ୍ରଜ ମୋହନ ସ୍କୁଲ ନିକଟରେ ଥିବା କବାଡିଖାନାରେ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କବାଡି ଖାନାରେ ଥିବା ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ ଥିବାବେଳେ ଭବାନୀପାଟଣା ଅଞ୍ଚଳରେ ଥିବା ଏକ କବାଡିଖାନାରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା ।

ଦୀପାବଳିରେ ଅଘଟଣ

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ କେଉଁ କାରଣରୁ କବାଡି ଖାନାରେ ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । କବାଡିଖାନା ନିକଟରେ ଥିବା ମାଲିପଡାକୁ ନିଆଁ ବ୍ୟାପିବାର ସମ୍ଭାବନା ନେଇ ଆଖପାଖ ଅଞ୍ଚଳରେ ଲୋକେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମାଲିପଡା ଅଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲା ଓ ପାଟ୍ରୋଲିଂକୁ ଜୋରଦାର କରିଥିଲା ।

ଇଟିଭି ଭାରତ, କଳାହାଣ୍ଡି

Last Updated : Oct 25, 2022, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.