ଭବାନୀପାଟଣା: କୋରୋନାର ଦ୍ୱିତୀୟ ଲହରରୁ ବଞ୍ଚିବାକୁ ଜନସାଧାରଣ ମଧ୍ୟରେ ସଚେତନତା ଉଦ୍ଦେଶ୍ୟରେ ଏଭରେଷ୍ଟ ବିଜେତାଙ୍କ ସାଇକେଲ ଯାତ୍ରା । କଳାହାଣ୍ଡି ଜିଲ୍ଲାରେ ଗତ ୪୮ ଘଣ୍ଟା ମଧ୍ୟରେ ୧୯ କୋରୋନା ଆକ୍ରାନ୍ତ ରିପୋର୍ଟ ଚିନ୍ତା ବଢାଇଛି । କୋରୋନାର ମୁକାବିଲା ପାଇଁ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ସାଇକେଲ ଯାତ୍ରା ।
ଦ୍ୱିତୀୟ ଲହର କୋରୋନା ମୁକାବିଲା ପାଇଁ ଜନ ସଚେତନତା ଉଦ୍ଦେଶ୍ୟରେ ଏଭରେଷ୍ଟ ବିଜେତା ତଥା ଅନ୍ତର୍ଜାତୀୟ ପର୍ବାତରୋହୀ ଯୋଗବ୍ୟାସ ଭୋଇ ଓ ଶିକ୍ଷାବିତ ପାର୍ଥ ବିଶ୍ୱାଳ ୧୦୦ କିମିରୁ ଉର୍ଦ୍ଧ୍ବ ସାଇକେଲ ଯାତ୍ରା କରିଛନ୍ତି । ଜିଲ୍ଲାର ରୁପ୍ରା, କେସିଙ୍ଗା, ଭବାନୀପାଟଣା, ନର୍ଲା ଅଞ୍ଚଳରେ ସାଇକେଲ ଯାତ୍ରା ସମୟରେ ସାମାଜିକ ଦୂରତା, ମାସ୍କ ବ୍ୟବହାର ପାଇଁ ଜନସାଧାରଣକୁ ଅପିଲ କରିଥିଲେ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ