ETV Bharat / state

ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା, ଦୁଇ ଦିନିଆ ଭିଜିଲାନ୍ସ ରିମାଣ୍ଡରେ ଆକାଉଣ୍ଟାଣ୍ଟ ସୁଚିସ୍ମିତା

ଭବାନୀପାଟଣା ବିଇଓ ଅଫିସ୍ ଆକାଉଣ୍ଟାଣ୍ଟ ଶିକ୍ଷକଙ୍କ ଦରମା ଟଙ୍କା ହଡପ ଘଟଣା । ଅଭିଯୁକ୍ତ ସୁଚିସ୍ମିତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଛାନଭିନ କଲା ଭିଜିଲାନ୍ସ ବିଭାଗ । ଅଧିକ ପଢନ୍ତୁ

ସୁଚିସ୍ମିତା ସୁଆରଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ

author img

By

Published : Mar 10, 2023, 7:04 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ଲକ୍ଷାଧିକ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆରଙ୍କୁ ଗୁରୁବାର(ଗତକାଲି) ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କଳାହାଣ୍ଡି ଭିଜିଲାନ୍ସ ବିଭାଗ । ରିମାଣ୍ଡରେ ପ୍ରଥମ ଦିନରେ ଅଭିଯୁକ୍ତକୁ ଦିନ ତମାମ୍ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ତଦନ୍ତ କରାଯିବା ସହ ବିଭିନ୍ନ ଦିଗକୁ ନେଇ ଜେରା କରାଯାଇଛି । ଅନେକ ବଡ଼ ବଡ଼ ଅଧିକାରୀ ସୁଚିସ୍ମିତାଙ୍କ ଏହି ଅର୍ଥ ଆତ୍ମସାତ ମାମଲାରେ ଜଡିତ ଥିବା ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ଅଧିକାରୀମାନଙ୍କ ଏକ ଲମ୍ବା ତାଲିକା ଭିଜିଲାନ୍ସକୁ ଦେଇଛି ।

ଗତକାଲି ଦିନ ସାରା ସୁଚିସ୍ମିତାଙ୍କୁ ଜେରା କରିବା ପରେ ଅପରାହ୍ନରେ ତାଙ୍କର ଭବାନୀପାଟଣା ଇରିଗେଶନ କଲୋନୀ ୧୫ ନଂ ଲେନରେ ଥିବା ୪ ମହଲା କୋଠା ଘରେ ଯାଞ୍ଚ କରାଯାଇଥିଲା । ପୂର୍ବରୁ ଭିଜିଲାନ୍ସ ବିଭାଗ ଉକ୍ତ କୋଠାକୁ ସିଲ୍ କରିଥିଲା । ଭିଜିଲାନ୍ସ ବିଭାଗ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତର ମାଆଙ୍କ ଉପସ୍ଥିତିରେ ସିଲ୍ ଖୋଲି ଘର ଭିତରେ ଛାନଭିନ୍ କରିଥିଲା । କିନ୍ତୁ ଭିଜିଲାନ୍ସ ଟିମ୍ ପଶିବା ପୂର୍ବରୁ ଘର ଭିତରେ କେହି ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡା କରିଥିବା ଦେଖିବାକୁ ମିଳିଥିଲା ।

ତେବେ ଘରର ଆଲମିରାରୁ ସୁଚିସ୍ମିତା ଓ ତାଙ୍କ ମାଆଙ୍କ ନାମରେ ଥିବା ବ୍ୟାଙ୍କ ଜମାଖାତା ଏବଂ ଖଟ ତଳୁ କ୍ୟାସବୁକ, ଚେକ ବୁକ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ଡ଼ିଏସପି ସଦାନ୍ଦନ ପାଣିଙ୍କୁ ପଚରାଯିବାରୁ ସେ କହିଛନ୍ତି, ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ଅଣାଯାଇଛି । ତାଙ୍କ ନାଁରେ ବିଇଓ କାର୍ଯ୍ୟାଳୟର ୨ କୋଟି ୫୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ଜାରି ରହିଛି ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଇଓ ଅଫିସ୍‌ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ଏକ୍ସକ୍ୟାଡର ଶିକ୍ଷକମାନଙ୍କ ଦରମା ଓ ଅନ୍ୟାନ୍ୟ ସରକାରୀ ଅର୍ଥ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଭବାନୀପାଟଣା ଟାଉନ୍‌ ଥାନାରେ ଏନେଇ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବିଇଓ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଗିରଫ ଭୟରେ ଗତ ୨୦୨୨ ଅକ୍ଟୋବର ୬ ତାରିଖରେ ସୁଚିସ୍ମିତା ଫେରାର୍‌ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।

ଏହି ଘଟଣାରେ ଭିଜିଲାନ୍ସ ବିଭାଗ ନିଜ ଆଡୁ ମାମଲା ରୁଜୁ କରି ଶିକ୍ଷା ବିଭାଗର ଗୋଟିଏ ପରେ ଗୋଟିଏ ଅଧିକାରୀମାନଙ୍କୁ ଜେରା କରିଥିଲା । ଦୀର୍ଘ ୫ ମାସ ଫେରାର ରହିବା ପରେ ଗତ ମାସରେ ସୁଚିସ୍ମିତା ଭବାନୀପାଟଣା ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.