ETV Bharat / state

ଦଳିତଙ୍କୁ ଆକ୍ରମଣ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପିଙ୍କୁ ଫେରାଦ - ଦଳିତଙ୍କୁ ଆକ୍ରମଣ ଘଟଣା

କଳାହାଣ୍ଡି ଜିଲ୍ଲା ଢମପଦର ଗାଁରେ ଦଳିତଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ଅଭିଯୋଗକାରୀ । ଅଧିକ ପଢନ୍ତୁ

ଦଳିତଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି ଏସ୍‌ପିଙ୍କୁ ଫେରାଦ

author img

By

Published : Oct 20, 2022, 2:24 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଢମପଦର ଗାଁରେ ଦଳିତଙ୍କୁ ଆକ୍ରମଣ ଘଟଣା । ଅଭିଯୁକ୍ତଙ୍କୁ ଗିରଫ ଦାବି କରି ଏସ୍‌ପିଙ୍କ ଠାରେ ଫେରାଦ ହୋଇଛନ୍ତି ଅଭିଯୋଗକାରୀ । ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଡମପଦର ଗାଁରେ ଗତ ୯ ତାରିଖ ଦିନ ସାମାଜିକ ସଭା ନାଁରେ ସଶସ୍ତ୍ର ଆଦିବାସୀମାନେ ଦଳିତ ବସ୍ତିରେ ପଶି ଭଙ୍ଗାରୁଜା ସାଙ୍ଗକୁ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଦଳିତ ବସ୍ତିରେ ଭଙ୍ଗାରୁଜା ସମୟରେ ପୋଲିସ ଉପସ୍ଥିତ ଥିଲେ ହେଁ ଆଦିବାସୀମାନେ ଆଇନକୁ ହାତକୁ ନେବାକୁ ପଛାଇ ନଥିଲେ ।

ଦଳିତଙ୍କୁ ଆକ୍ରମଣ ଘଟଣା, ଅଭିଯୁକ୍ତଙ୍କୁ ଗିରଫ ଦାବି ଏସ୍‌ପିଙ୍କୁ ଫେରାଦ

ପରେ ଏହି ଘଟଣାକୁ ନେଇ କେସିଙ୍ଗା ପୋଲିସ ଏକ ମାମଳା ରୁଜୁ କରି ୪ଜଣକୁ କୋର୍ଟ ଚାଲାଣ କରିଥିଲା । ତେବେ ଆହୁରି ମଧ୍ୟ ଏହି ଘଟଣାରେ ସାମିଲ ଥିବା ଆକ୍ରମଣକାରୀଙ୍କୁ ପୋଲିସ ଧରୁ ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅଭିଯୋଗକାରୀ । ଡମପଦର ଗାଁର ୩୦ରୁ ୩୫ ଜଣ ଦଳିତ ପରିବାର ଦଳିତ ସମ୍ପ୍ରଦାୟର ଲୋକେ କଳାହାଣ୍ଡି ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ଏପଟ ସେପଟ ହୋଇଥିବା ଦେଖି ଏସପିଙ୍କ ଦ୍ବାରସ୍ଥ ହୋଇଥିଲେ ।

ଏହା ବି ପଢନ୍ତୁ...SCBରେ ସିକ୍ୟୁରିଟିଙ୍କ ଦାଦାଗିରି, ଫାର୍ମାସିଷ୍ଟକୁ ଫାଣ୍ଡିରେ ବନ୍ଦ କରି ମାଡ଼

ଶୀଘ୍ର ଏହି ଘଟଣାରେ ସାମିଲ ଥିବା ବାକି ଆକ୍ରମଣକାରୀଙ୍କୁ ଗିରଫ କରିବା ପାଇଁ ସେମାନେ ଏସପି ଅଭିଳାଷ ଜିଙ୍କୁ ଏକ ଲିଖତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସେହିପରି ଏହି ଘଟଣା ରନିରପେକ୍ଷ ତଦନ୍ତ ସହ ତଦନ୍ତ କରୁଥିବା ଅଧିକାରୀଙ୍କୁ ଏହି ମାମଳାରୁ ଅପସାରଣ କରିବା ପାଇଁ ଦାବି କରିଛନ୍ତି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଏସପି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.