ETV Bharat / state

ଘୁମୁରା ୨୦୨୩: ନୌକାଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ

author img

By

Published : Jan 7, 2023, 2:18 PM IST

ଆସନ୍ତା ଜାନୁଆରୀ ୧୪ ତାରିଖ ଠାରୁ ଆରମ୍ଭ ହେବ ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୩ । ତେବେ ଏହା ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ଘୁମୁରା ୨୦୨୩
ଘୁମୁରା ୨୦୨୩
ଘୁମୁରା ୨୦୨୩

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧୁସିତ ଅଞ୍ଚଳ ଥୂଆମୁଳ-ରାମପୁର ବ୍ଲକରେ ନୌକାଚାଳନା ଓ ତୀରଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଯୋଗିତାରେ ଶତାଧିକ ଆଦିବାସୀ ଅଂଶ ଗ୍ରହଣ କରିଥିଲେ ।

କଳାହାଣ୍ଡି ଉତ୍ସବ ଘୁମୁରାର ପରମ୍ପରା ଟିକେ ଭିନ୍ନ । ଏହି ଉତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଥାଏ । ସେ ମଧ୍ୟରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନ୍ୟତମ । ଆସନ୍ତା ଜାନୁଆରୀ ୧୪ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଜିଲ୍ଲାର ଲୋକ ମହୋତ୍ସବ ଘୁମୁରା-୨୦୨୩ ପାଇଁ ଇନ୍ଦ୍ରାବତୀ ଜଳ ଭଣ୍ଡାରର କେନ୍ଦୁଗୁଡା ଠାରେ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବୁଡି ଅଞ୍ଚଳରୁ ପ୍ରତିଯୋଗୀ ସହ ଦେଖଣାହାରୀ ମଧ୍ୟ ବୁଡି ଅଞ୍ଚଳରୁ ଛୁଟି ଆସିଥିଲେ । ଆଉ ସବୁବେଳେ ସ୍ତବ୍ଧ ହୋଇ ରହୁଥିବା ଏ ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା ।

ପ୍ରତିଯୋଗିତାକୁ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିକାରୀ ବିରଞ୍ଚି ନାରାୟଣ ଦର୍ବାନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହାସହ ଥୁଆମୁଳ ରାମପୁର ବ୍ଲକ ଅଧକ୍ଷ ଦୟାନିଧି ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରତିଯୋଗିତାକୁ ନେଇ କ୍ରୁତି ପ୍ରତିଯୋଗୀ ଓ ସ୍ଥାନୀୟ ଆଦିବାସୀଙ୍କ ଭିତରେ ବେଶ ଉତ୍ସାହ ଦେଖାଦେଇଥିବା ବେଳେ ଜିଲ୍ଲାର ସଂସ୍କ୍ରୁତି ଓ ପରମ୍ପରାକୁ ଉଦଜୀବିତ କରିବା ତଥା ପଛୁଆ ବୁଡି ଅଞ୍ଚଳବାସୀଙ୍କୁ ସଚେତନ କରେଇବା ସହ ଏହା ହିଁ ଲୋକ ମହୋତ୍ସବ ଘୁମୁରାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ପ୍ରକାଶ କରିଥିଲେ । ତେବେ ବର୍ଷ ତମାମ ବୁଡି ଅଞ୍ଚଳର ଏଇ ଅଧିବାସୀ ଦୁଃଖ କଷ୍ଟରେ କାଳାତିପାତ କରୁଥିବା ବେଳେ ଏମାନଙ୍କୁ ଏଇ ଘୁମୁରା ଉତ୍ସବ ମାଧ୍ୟମରେ ସାମିଲ କରି ଜିଲ୍ଲାର ସଂସ୍କୃତି ପରମ୍ପରା ସହ ଯୋଡି ରଖିବା ଜିଲ୍ଲା ସଂସ୍କୃତି ବିଭାଗର ଏଇ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.