ଭବାନୀପାଟଣା: ମହିଳାଙ୍କୁ ଢାଲ କରି କୋଟି କୋଟି ଟଙ୍କା ଠକି ଦମ୍ପତି ଫେରାର ହୋଇଥିବା ଘଟଣା । ୪୨୦ ଲେଡିକୁ ଗିରଫ କଲା ପୋଲିସ । ମୁମ୍ବାଇରୁ ଟ୍ରେନ ଯୋଗେ ଫେରାର ମାରି ଟିଟିଲାଗଡ ଅଭିମୁଖେ ଆସୁଥିବା ବେଳେ ଟିଟିଲାଗଡରୁ ଲେଡି ଡନଙ୍କୁ ବାନ୍ଧିଲା ପୋଲିସ । ଗିରଫ ମହିଳା ହେଲେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ହେମା ସା ।
ଖବର ଅନୁସାରେ, ହୋମା ସା ଶତାଧିକ ମହିଳାଙ୍କୁ ଢାଳ କରି ଅଢେଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇକୁ ଫେରାର ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ୨୨୦ ଜଣ ମହିଳାଙ୍କ ନାରେ ଋଣ ରହିଥିବା କହି ଫାଇନାନ୍ସ କମ୍ପାନୀର କର୍ମଚାରୀ ଘରକୁ ଯାଇ ମହିଳାମାନଙ୍କୁ ଧମକ ଚମକ ଦେବା ସହ ବହୁତ ହଇରାଣ କରୁଥିଲେ । ତେବେ ଠକେଇର ଶିକାର ହୋଇଥିବା ମହିଳାମାନେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ । ଏହାପରେ ତୁରନ୍ଧ ଚହକା ଗାଁକୁ ଅଧ୍ୟକ୍ଷ ଆସି କେଗାଁ ପୋଲିସର ଉପସ୍ଥିତିରେ ଏକ ବୈଠକ କରି କେଗାଁ ଥାନାରେ ଏ ଠକେଇ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଏହା ମଧ୍ୟ ପଢନ୍ତୁ: ମହିଳାଙ୍କୁ ଢାଲ କରି କୋଟି କୋଟି ଟଙ୍କା ଠକି ଦମ୍ପତି ଫେରାର
ହାମାସାକୁ ଧରିଲା ପୋଲିସ ପାଇଁ ଏକ ଚାଲେଞ୍ଜ ହୋଇଥିଲା । ଏନେଇ ସଦର ଏସଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ବରେ କେଗାଁ ଥାନା ଆଇଆଇସି ପ୍ରଶାନ୍ତ କୋଲ୍ଲାହରସଙ୍କ ସମତ ୫ ଜଣ କନେଷ୍ଟବଳକୁ ନେଇ ଏକ ଟିମ ଗଠନ କରି ମୁମ୍ବାଇ ଯାଇ ତଦନ୍ତ କରାଯାଇଥିଲା । ତେବେ ଏନେଇ ସୁରାକ ପାଇଯାଇଥିଲା ହେମା ସା । ଫଳରେ ପୋଲିସ ହାତରୁ ବର୍ତ୍ତିବା ପାଇଁ ମୁମ୍ବାଇରୁ ଟ୍ରେନ ଯୋଗେ ଟିଟିଲାଗଡ ଅଭିମୁଖେ ଆସୁଥିଲା । ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କ ମୋବାଇଲ ଟ୍ରାକିଂ କରି ଟିଟିଲାଗଡରୁ ସମ୍ପୃକ୍ତ ମହିଳାଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିଲା । ବର୍ତ୍ତମାନ ସମ୍ପୃକ୍ତ ମହିଳାଙ୍କୁ ପୋଲିସ କେଗାଁ ଥାନାରେ ଅଟକ ରଖ୍ ନିଜେ ସଦର ଏସଡିପିଓ ସୁନାରାମ ହେମ୍ବ୍ରମ ଅଧିକତଦନ୍ତ ଜାରି ରଖିଥିବା ବେଳେ ଅଭିଯୋଗର ଛତିଶ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ପୋଲିସ।
ଇଟିଭି ଭାରତ, କଳାହାଣ୍ଡି