କଳାହାଣ୍ଡି: ରୋଷେଇ କରୁଥିବାବେଳେ ଘଟିଲା ଅଘଟଣ । କଳାହାଣ୍ଡି ମୁଖିଗୁଡା ଇନ୍ଦ୍ରାବତୀ ସେକ୍ଟର-3 କୋଲନୀରେ ଏକ ଅଭାବନୀୟ ଘଟଣା ଘଟିଛି । ରୋଷେଇ କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।
ମୃତକ ଜଣକ ହେଲେ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ନାଗେଶ୍ବରୀ ଜାନୀ । ସେ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ