ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ପୋଲକା ଜଙ୍ଗଲରେ ରହୁଥିବା ୫ ଜଣ ବନବାସୀଙ୍କ ଘର ପୋଡିଦେଲେ ଦୁର୍ବୃତ୍ତ । ଅଗ୍ନିକାଣ୍ଡରେ 5 ପରିବାର ବାସହରା ହେବା ସହ ସଞ୍ଚିତ ଧନସମ୍ପତ୍ତି ଚାଉଳ ଓ ଜରୁରୀ କାଗଜପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଏନେଇ ଆମପାଣି ଥାନାରେ ଅଭିଯୋଗ କରାଯାଇଛି ।
ସୂଚନା ଅନୁସାରେ ବଡପୋଡାଗୁଡା ପଞ୍ଚାୟତର ୬ ପରିବାର ଓ ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଗାଁ ର ୫ ପରିବାର ଦୀର୍ଘ ୫ ବର୍ଷ ହେବ ପୋଲକା ଜଙ୍ଗଲରେ ରହିଆସୁଥିଲେ । ସେଠାରେ ସେମାନେ ମକାଚାଷ କରି ପରିବାର ପ୍ରତି ପୋଷଣ କରିଆସୁଛନ୍ତି । ହେଲେ ଗତ ଗୁରୁବାର ଅପରାହ୍ନ ସମୟରେ କିଛି ଦୃବୃର୍ତ୍ତ ତାଙ୍କ ଘରକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ବନବିଭାଗର ନିର୍ଦ୍ଦେଶରେ ଜଙ୍ଗଲ ସୁରକ୍ଷା କମିଟି ଘର ପୋଡି ଥିବା ଅଭିଯୋଗ କରିବା ସହ ସରକାରୀ ସହାୟତା ଲୋଡିଛନ୍ତି କ୍ଷତିଗ୍ରସ୍ତ ପରିବାର ।
ଅନ୍ୟପଟେ, ଅଭିଯୋଗ ପରେ ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିବା ଜଣାପଡିଛି । ପୀଡିତା ପରିବାରଙ୍କ ଅଭିଯୋଗକୁ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସିଧାସଳଖ ଖଣ୍ଡନ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ