କଳାହାଣ୍ଡି: ନିର୍ବାଚନୀ ପ୍ରଚାରକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ପ୍ରାର୍ଥୀ । ତେବେ ଜୁନାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ବିଧାୟକ ପ୍ରାର୍ଥୀ ରହିଛନ୍ତି କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର । କିପରି ରହିଛି ନିର୍ବାଚନୀ ପ୍ରସ୍ତୁତି ସେନେଇ ଆମେ ତାଙ୍କୁ ସ୍ବାଗତ କରିଥିଲୁ ଆମର ନେତାଙ୍କୁ ପାଞ୍ଚଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଏବଂ ପଚାରି ବୁଝିଥିଲୁ ତାଙ୍କର ନିର୍ବାଚନ ରଣନୀତି ।
ଦିବ୍ୟଙ୍କ କହିବା ଅନୁଯାୟୀ ଆଗାମୀ ନିର୍ବାଚନକୁ ସେ ଚାଷୀଙ୍କ ନାମରେ ଉତ୍ସର୍ଗ କରିବେ । ଯାହା ସେ ଆଗରୁ ନକରିପାରିଛନ୍ତି ତାକୁ ସେ ଆଗାମୀ ଥର କରି ଦେଖାଇବାର ପ୍ରତିଶୃତି ଦେଇଛନ୍ତି । ତେବେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କେହି ନଥିବାବେଳେ ସେ ଗରିବଙ୍କ ନିକଟତର ହୋଇଥିବାରୁ ନିଶ୍ଚୟ ଜିତିବେ ବୋଲି କହିଛନ୍ତି ।
ଅନ୍ୟପଟେ 2019-2014 ଚାଷୀଙ୍କ ନାମରେ ଉତ୍ସର୍ଗ କରି ପୁଣି ବିଜେଡିକୁ କ୍ଷମତାକୁ ଆଣିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ