ETV Bharat / state

ସମର୍ଥକୁ ଝୁରୁଛନ୍ତି ସାଙ୍ଗସାଥୀ, ଟଙ୍କା ପାଇଁ ହୋଇଥିଲେ ହତ୍ୟାର ଶିକାର

ଅପହରଣ ପରେ ହତ୍ୟାର ଶିକାର ହୋଇ ଅକାଳରେ ଆଖି ବୁଜିଥିବା ସମର୍ଥଙ୍କୁ ଝୁରୁଛି ତାଙ୍କର ବିଦ୍ୟାଳୟ । ଟଙ୍କା ପାଇଁ ସମର୍ଥକୁ ଦୁର୍ବୃତ୍ତମାନେ ହତ୍ୟା କରିଥିବା ବେଳେ ଏପଟେ ତାଙ୍କ ମୃତ୍ୟୁ ଖବର ପାଇ ଯେପରି ସ୍ତବ୍ଧ ହୋଇପଡ଼ିଛନ୍ତି ସାଙ୍ଗସାଥୀ ଓ ଶିକ୍ଷକ । ଦେଖନ୍ତୁ ଏହି ରିପୋର୍ଟ

Samarth Agrawal
Samarth Agrawal
author img

By

Published : Apr 1, 2023, 10:32 PM IST

ସମର୍ଥକୁ ଝୁରୁଛନ୍ତି ସାଙ୍ଗସାଥୀ

ଝାରସୁଗୁଡ଼ା: ଅପହରଣ ପରେ ହତ୍ୟାର ଶିକାର ହୋଇ ଅକାଳରେ ଆଖି ବୁଜିଥିବା ସମର୍ଥଙ୍କୁ ଝୁରୁଛି ତାଙ୍କର ବିଦ୍ୟାଳୟ । ପ୍ରତିଦିନ ସକାଳୁ ଉଠି ସ୍କୁଲକୁ ଯାଉଥିଲେ ସମର୍ଥ । ସାଙ୍ଗମାନଙ୍କ ସହ ମିଶି ବେଶ ମଉଜ ମସ୍ତି କରୁଥିଲେ । ସବୁବେଳେ ବିନ୍ଦାସ ମିଜାଜ ଓ ସୁନ୍ଦର ଶାନ୍ତି ଶୃଙ୍ଖଳା ରକ୍ଷା କରି ସମସ୍ତଙ୍କ ପ୍ରିୟ ଥିଲେ ସମର୍ଥ । ଖେଳ ହେଉ କି ପାଠ ସବୁଥିରେ ଭଲ ଥିଲେ ସମର୍ଥ । ହେଲେ ନା ଆଜି ଅଛି ସମର୍ଥ ନା ଅଛି ସେହି ଖୁସିର ମୁହୂର୍ତ୍ତ । ସମର୍ଥର ଅବର୍ତ୍ତମାନରେ ଯେପରି ଖାଁଖାଁ ହୋଇପଡ଼ିଛି ସ୍କୁଲ ପରିସର ।

ଜିଲ୍ଲାର କ୍ରିଷ୍ଣା ଏନ୍‌କ୍ଲେଭରେ ରହୁଥିବା ସୁନିତ ଅଗ୍ରୱାଲଙ୍କ ନାବାଳକ ପୁଅ ସମର୍ଥ ଅଗ୍ରୱାଲ(୧୫)ଙ୍କୁ ଅପହରଣ ଓ ହତ୍ୟା କରାଯିବା ଅଭିଯୋଗରେ ଗିରଫ ହୋଇଥିବା ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୋଲିସ ଗୁରୁବାର ଏସ୍‌ଡିଜେଏମ୍ କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟରୁ ରିମାଣ୍ଡରେ ଅଣାଯାଇ ପୋଲିସ ସିନ୍‌ ରିକ୍ରିଏସନ୍ କରାଯିବ ବୋଲି ଏସପି କହିଛନ୍ତି । ଆଜି ଝାରସୁଗୁଡା ଜିଲ୍ଲା କୋର୍ଟରେ ଝାରସୁଗୁଡା ପୋଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଛି ।

ଏହା ବି ପଢନ୍ତୁ-ଅର୍ଦ୍ଧଦଗ୍ଧ ଅବସ୍ଥାରେ ଅପହୃତ ନାବଳକର ମୃତଦେହ ଉଦ୍ଧାର, ଦୁଇ ଗିରଫ

ଅନ୍ୟପକ୍ଷରେ ଝାରସୁଗୁଡା କକ୍ସ କଲୋନୀଠାରେ ଥିବା ସମର୍ଥଙ୍କ ସ୍କୁଲରେ ଶୋକାକୁଳ ପରିବେଶ ରହିଛି । ସମର୍ଥ ପଢ଼ୁଥିବା ସେଣ୍ଟ ମେରୀ ହାୟର ସେକେଣ୍ଡାରୀ ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସ୍କୁଲ ପରିସରରେ ସମର୍ଥଙ୍କ ଆତ୍ମା ସଦଗତି ପାଇଁ ନୀରବ ପ୍ରାର୍ଥନା କରିଥିଲେ । ଦିନେ ସମର୍ଥ ଯେଉଁ ଶ୍ରେଣୀରେ ବସି ପାଠ ପଢୁଥିଲା, ଯେଉଁ ସହପାଠୀଙ୍କ ସହ ଖେଳୁଥିଲା ବୁଲୁଥିଲା ସେମାନେ ମଧ୍ୟ ସମର୍ଥଙ୍କ ଝୁରୁଛନ୍ତି ।

ଏ ନେଇ ସମର୍ଥଙ୍କ କୋଚ ଶୋଭନ ଦେବ କହିଛନ୍ତି, "ସମର୍ଥ ବହୁତ ହସମୁଖ ପିଲାଟେ ଥିଲା । କ୍ରିକେଟ ଉପରେ ବିଶେଷ ରୁଚି ରଖିଥିଲା, ଏମିତି ସେ ଦିନେ ନା ଦିନେ ଇଣ୍ଡିଆ ଟିମରେ ଖେଳିବେ ବୋଲି ଆଖିରେ ସ୍ଵପ୍ନ ଭରି ରହିଥିଲା । ତେବେ ଆଗକୁ ଭଲ କ୍ରିକେଟର ହୋଇପାଇଥାନ୍ତା । ହେଲେ ଅକାଳରେ ସେ ଚାଲିଗଲା । ଏଭଳି ଜଘନ୍ୟକାଣ୍ଡ ଭିଆଇଥିବା ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ।"

ସୂଚନା ଥାଉ କି ମାର୍ଚ୍ଚ ୨୭ ତାରିଖରେ ସରବାହାଲ କ୍ରିଷ୍ଣା ଏନକ୍ଳେଭରେ ରହୁଥିବା ବ୍ୟବସାୟୀ ସୁନିତ ଅଗ୍ରୱାଲଙ୍କ ପୁଅ ସମର୍ଥକୁ ସନ୍ଧ୍ୟାରେ ଅପହରଣ କରାଯାଇଥିଲା । ଫୋନ୍‌ରେ ନାବାଳକକୁ ଫେରାଇବା ପାଇଁ ପରିବାରକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ଦୁର୍ବୃତ୍ତ । ଝାରସୁଗୁଡାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହାପରେ ୨୯ ତାରିଖରେ ସମର୍ଥଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିଥିଲା ପୋଲିସ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.