ETV Bharat / state

800 ବର୍ଷର ପରମ୍ପରା: କୁକୁର ଜଙ୍ଘା ରଥଯାତ୍ରା, ଦଉଡି ବଦଳରେ ବାଉଁଶ ସାହାଯ୍ୟରେ ଟଣା ହୁଏ ରଥ

author img

By

Published : Jun 20, 2023, 10:54 PM IST

ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ମହାଆଡମ୍ବରରେ ପାଳନ ହୋଇଛି ରଥଯାତ୍ରା। ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇ ୧୫ ଦିନ ଧରି ପୂର୍ଣ୍ଣିମା ତିଥି ଯାଏଁ ଏଠାରେ ରଥଯାତ୍ରା ପାଳନ କରାଯାଇଥାଏ। ଅଧିକ ପଢନ୍ତୁ

ପାଳନ ହେଲା କୁକୁର ଜଙ୍ଘା ରଥଯାତ୍ରା
ପାଳନ ହେଲା କୁକୁର ଜଙ୍ଘା ରଥଯାତ୍ରା
ପାଳନ ହେଲା କୁକୁର ଜଙ୍ଘା ରଥଯାତ୍ରା

ଝାରସୁଗୁଡା: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟ ସମେତ ଦେଶ, ବିଦେଶ ମଧ୍ୟ ଚଳଚଞ୍ଚଳ ହୋଇଉଠିଥିଲା । ତେବେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ମହାଆଡମ୍ବରରେ ପାଳନ ହୋଇଛି ରଥଯାତ୍ରା। ସହର ଉପକଣ୍ଠ କୁକୁର ଜଙ୍ଘା ଠାରେ ୧୬ ଚକ ବିଶିଷ୍ଟ ରଥରେ ପ୍ରତିବର୍ଷ ରଥଯାତ୍ରା ପାଳନ କରାଯାଏ । ତେବେ ପୌରାଣିକ କଥା ଅନୁଯାୟୀ, ୧୨୧୫ ମସିହାରେ ଏହି କୁକୁର ଜଙ୍ଘାଠାରେ ମହାପ୍ରଭୁ ଆବିର୍ଭାବ ହୋଇଥିବା ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ବିଶ୍ବାସ ରହିଛି ।

ତେବେ ସେହିଦିନଠାରୁ ଏଠାରେ ୧୬ ଚକିଆ ବିଶିଷ୍ଟ ଗୋଟିଏ ରଥରେ ତିନି ଠାକୁରଙ୍କୁ ବିରାଜମାନ କରାଯାଏ । ଏହାସହ ଦଉଡି ବଦଳରେ ୪ଟି ବାଉଁଶ ସାହାଯ୍ୟରେ ଏଠାରେ ରଥ ଟଣା ହେଉଥିବା ଦେଖିବାକୁ ମିଳେ । ତେବେ ଆଜି ପବିତ୍ର ରଥଯାତ୍ରା ଅବସରରେ ଏହିଭଳି ପରମ୍ପରା ଦେଖିବାକୁ ମିଳିଛି। ଆଜି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ବଡ଼ ଦେଉଳର ରତ୍ନଭଣ୍ଡାରର ଆକର୍ଷଣକୁ ତ୍ୟାଗ କରି ବଡଦାଣ୍ଡକୁ ଚାଲି ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।

ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି । ପ୍ରଥମେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି କରାଯାଇଥିଲା । ପହଣ୍ଡି ବିଜେ ପରେ ଛେରାପହଁରା କରାଗଲା। ଗଜପତି ବେଶରେ ସ୍ଥାନୀୟ ଗୌନ୍ତିଆ ଏହି ଛେରାପହଁରା କରିଥିଲେ। ତେବେ ସୁବର୍ଣ୍ଣ ଖଡିକାରେ ଛେରାପହଁରା କରାଯିବାର ବିଧି ରହିଛି।

ସୂଚନା ଅନୁସାରେ, ଏଠାରେ ଶହ ଶହ ବର୍ଷ ଧରି ରଥଯାତ୍ରା ପାଳନ କରାଯାଇ ଆସୁଛି। ଏଠାରେ ପୁରୁଣା ଐତିହ୍ୟ ରହିଥିବା ଯୋଗୁଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶ ଭଳି ସ୍ଥାନରୁ ପ୍ରତିବର୍ଷ ଶ୍ରଦ୍ଧାଳୁମାନେ ଆସି ବହୁ ସଂଖ୍ୟାରେ ଯୋଗ ଦେଇଥାଆନ୍ତି। ତେବେ ଗୁଣ୍ଡିଚା ଯାତ୍ରାରୁ ଆରମ୍ଭ ହୋଇ ୧୫ ଦିନ ଧରି ପୂର୍ଣ୍ଣିମା ତିଥି ଯାଏଁ ଏଠାରେ ରଥଯାତ୍ରା ପାଳନ କରାଯାଇଥାଏ। ତେବେ ରଥଯାତ୍ରା ଅବସରରେ ଆଜି ସକାଳୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟାରେ ରଥଟଣା ହୋଇଥିଲା। ୮୦୦ ବର୍ଷର ଏହି ରଥଯାତ୍ରାକୁ ଦେଖିବା ପାଇଁ ଖାଲି ଝାରସୁଗୁଡ଼ା ନୁହେଁ ବରଂ ପଡୋଶୀ ଜିଲ୍ଲାରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ପରଲକ୍ଷିତ ହୋଇଥାଏ। ସେହିପରି ଆଜି ମଦ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.