ETV Bharat / state

ଗୁଜୁରାଟରେ ସତ ଓଗାଳିବ ଗୋପାଳ ! ଝାରସୁଗୁଡ଼ା ବିମାନବନ୍ଦରରେ ହସିଲା ଅଭିଯୁକ୍ତ

author img

By

Published : Feb 8, 2023, 11:09 PM IST

ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ଗୋପାଳ ଦାସକୁ ଗୁଜୁରାଟ ନିଆଯାଇଛି । ସେଠାରେ ଅଭିଯୁକ୍ତ ଠାରୁ ସତ ବାହାର କରିବା ପାଇଁ ଚେଷ୍ଟା କରାଯିବ । ସେପଟେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବାବେଳେ ଅଭିଯୁକ୍ତ ଗୋପାଳ ଦାସ ହସୁ ଥିବାର ଏକ ଭିଡିଓ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲା ଗୋପାଳ
ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲା ଗୋପାଳ
ନାର୍କୋ ଟେଷ୍ଟ ପାଇଁ ଗୁଜୁରାଟ ଗଲା ଗୋପାଳ

ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ବୁଧବାର ଅଭିଯୁକ୍ତ ଗୋପାଳର ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଥିବାବେଳେ ତାକୁ ଆଉ ୫ ଦିନ ପାଇଁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଏହାରି ମଧ୍ୟରେ ବୁଧବାର ନାର୍କୋ ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନିଆଯାଇଛି । ତେବେ ସେଠାରେ କିଭଳି ଗୋପାଳ ମୁହଁରୁ ସତ ବାହାର କରାଯାଉଛି, ତାହାରି ଉପରେ ରାଜ୍ୟବାସୀଙ୍କ ନଜର । ସେପଟେ ଗୁଜୁରାଟ ଯିବା ପୂର୍ବରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବାବେଳେ ଅଭିଯୁକ୍ତ ଗୋପାଳ ଦାସ ହସୁ ଥିବାର ଏକ ଭିଡିଓ ଭାଇରାଲ ହେଉଛି ।

ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତର ସମୀକ୍ଷା କରି ଝାରସୁଗୁଡାରୁ ଭୁବନେଶ୍ବର ଫେରିଛନ୍ତି ଜଷ୍ଟିସ ଜେପି ଦାସ, ପୋଲିସ ଡିଜି ସୁନୀଲ ବଂଶଲ, ଆଇନଶୃଙ୍ଖଳା ଏଡିଜି ଆର୍‌କେ ଶର୍ମା ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା । ଏହାପରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ ଦାସ । ତଦନ୍ତକୁ ସାର୍ବଜନୀନ କରିପାରିବି ନାହିଁ ବୋଲି କହିଛନ୍ତି ଜଷ୍ଟିସ ଦାସ । କିନ୍ତୁ ଏନେଇ ପୋଲିସ ଡିଜି ସୁନୀଲ ବଂଶଲ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ତେବେ ଅଭିଯୁକ୍ତ ଗୋପାଳକୁ ଗୁଜୁରାଟରେ ନାର୍କୋ ଟେଷ୍ଟ ଜରିଆରେ ସତ ବାହାର କରିବାକୁ ଉଦ୍ୟମ କରାଯିବ । ପରେ ଭୁବନେଶ୍ବର ଅଣାଯିବ । ସେଠାରେ ଅଭିଯୁକ୍ତର ପଲିଗ୍ରାଫ ଟେଷ୍ଟ କରାଯିବ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.