ETV Bharat / state

ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ, ସୋସିଆଲ ମିଡିଆରେ ବିକାଶମୂଳକ କାର୍ଯ୍ୟର ପ୍ରଚାର କରିବାକୁ ପରାମର୍ଶ

author img

By ETV Bharat Odisha Team

Published : Dec 6, 2023, 11:11 AM IST

Updated : Dec 6, 2023, 1:37 PM IST

ଝାରସୁଗୁଡାରେ 'ମୁଁ ବି ହେବି ନବୀନ ଓଡ଼ିଶାର ସାରଥି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଯୁବ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପରାମର୍ଶ ଦେଇଥିଲେ ଦଳୀୟ ନେତା । ଅଧିକ ପଢ଼ନ୍ତୁ

ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ
ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ
ବିଜେଡି ଟାର୍ଗେଟରେ ଯୁବ ଭୋଟର୍ସ

ଝାରସୁଗୁଡା: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏବେଠୁ ରାଜନୈତିକ ଦଳମାନଙ୍କ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏବେଠୁ ମାତିଲେଣି ନେତା । ଏହି କ୍ରମରେ ଶାସକ ଦଳ ବିଜେଡି ବି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ଏଥର ବିଜେଡି ଟାର୍ଗେଟରେ ଯୁବ ଭୋଟର ! ଯୁବ ଭୋଟରଙ୍କୁ ହାତମୁଠାକୁ ନେବା ପାଇଁ ଦଳ ବର୍ତ୍ତମାନ ନୂଆ ଷ୍ଟ୍ରାଟେଜି ଆପଣାଇଛି । ଦଳ ଶିକ୍ଷା ଓ କ୍ରୀଡ଼ା କୁ ପ୍ରାଧାନ୍ୟ ଦେଇ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛି ।

ଝାରସୁଗୁଡା ସହର ସ୍ଥିତ ନବ ଦାସ ଅଡିଟୋରିୟମଠାରେ ଆମ ଓଡ଼ିଶା ଅନ୍ତର୍ଗତ 'ମୁଁ ବି ହେବି ନବୀନ ଓଡ଼ିଶାର ସାରଥି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଯେଉଁଭଳି ଭାବେ ଓଡିଶା ଆଗେଇ ଚାଲିଛି ସେନେଇ ଆଲୋଚନା ହୋଇଥିଲା । ଜିଲ୍ଲାର ଯୁବଗୋଷ୍ଠୀମାନଙ୍କୁ ସୋସିଆଲ ମିଡ଼ିଆରେ ବିଜୁ ଜନତା ଦଳର ଜନହିତକାରୀ କାର୍ଯ୍ୟ ପ୍ରସାର ପ୍ରଚାର କରିବା ସହ ବିକାଶ ପାଇଁ ଦଳ କଣ ସବୁ ପଦକ୍ଷେପ ଗ୍ରହଣ କରୁଛି ତାହା ଜନସାଧାରଣ ମାନଙ୍କୁ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.. ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା; 'ବିଧାୟକ ସୁଶାନ୍ତ ସିଂଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ?'

ଏହା ସହିତ ବିଜୁ ଜନତା ଦଳ ଶିକ୍ଷା ଓ କ୍ରୀଡ଼ା ପ୍ରତି ନେଉଥିବା ପଦକ୍ଷେପ ସବୁ ଜନତାଙ୍କ ପାଖକୁ ପହଞ୍ଚାଇ ଦଳ ସହିତ ଲୋକଙ୍କୁ ଏବଂ ଯୁବ ସମାଜକୁ ଯୋଡ଼ିବା ପାଇଁ ଆହ୍ବାନ ଦିଆଯାଇଛି । ଆସନ୍ତା ୨୦୨୪ରେ ପୂନର୍ବାର ବିଜୁ ଜନତା ଦଳକୁ ବିଜୟ କରି ନବୀନ ପଟ୍ଟନାୟକଙ୍କୁ ଆଉଥରେ ମୁଖ୍ୟମନ୍ତ୍ରୀ କରି ଓଡ଼ିଶାର ବିକାଶକୁ ଆଗେଇ ନେବା ପାଇଁ ସହଯୋଗ କରିବାକୁ କହିଥିଲେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦଳର ବରିଷ୍ଠ ନେତାମାନେ ।

ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ବିଧାୟିକା ଦୀପାଳୀ ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ବିଜେଡି ଜିଲ୍ଲା ସଭାପତି ରବି ସିଂ, ରାଜ୍ୟ ବିଜୁ ଯୁବ ବାହିନୀ ସଭାପତି ସମେତ ବହୁ ରାଜ୍ୟସ୍ତରୀୟ ବିଜେଡି ନେତା ଓ ଜିଲ୍ଲାସ୍ତରୀୟ ନେତା ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ.. ଜାରି ରହିବ ମହାନଦୀକୁ ନେଇ ନ୍ୟାୟିକ ଲଢେଇ: ବିଜେଡି

ଏହି ଅବସରରେ ଝାରସୁଗୁଡା ବିଧାୟିକା ଦୀପାଳି ଦାସ କହିଛନ୍ତି,"ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆମମାନଙ୍କ କାମ ଅଟେ । 'ମୁଁ ହେବି ନବୀନ ଓଡ଼ିଶାର ସାରଥୀ' ଲୋକମାନଙ୍କ ମଧ୍ୟରେ ବିକାଶର ସାଥି ହେବାକୁ ବାର୍ତ୍ତା ଦେଉଛି ।"

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Dec 6, 2023, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.