ଝାରସୁଗୁଡା : ପୌରାଞ୍ଚଳରେ ଖୋଲିଲା ମୋ ସରକାର କକ୍ଷ । ଜିଲ୍ଲାପାଳ ସରୋଜ କୁମାର ସାମଲ ଏହି ସ୍ଵତନ୍ତ୍ର କକ୍ଷକୁ ଉଦଘାଟନ କରିଛନ୍ତି । ଏହା ଦ୍ବାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପୌରାଞ୍ଚଳ ହୋଲଡିଂ ଟିକସ ,ଟ୍ରେଡ଼ ଲାଇସେନ୍ସର ଅନୁମତି ପତ୍ର କାର୍ଯ୍ୟକାରୀ ହେବ ।
ଝାରସୁଗୁଡା ପୌରାଞ୍ଚଳରେ ହୋଲଡିଂ ଟିକସ ଓ ବ୍ୟବସାୟ ପାଇଁ ଆବଶ୍ୟକ ଟ୍ରେଡ଼ ଲାଇସେନ୍ସ ସମ୍ପର୍କିତ କାର୍ଯ୍ୟକୁ ମୋ ସରକାର ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । କୌଣସି ବ୍ୟକ୍ତି ଟ୍ରେଡ଼ ଲାଇସେନ୍ସ ଆବେଦନ କରିବା ସପ୍ତାହକ ମଧ୍ୟରେ କାର୍ଯ୍ୟ ସାରିବାକୁ ପୌର ପ୍ରଶାସନକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧୀକାରୀ ଠିକ ଭାବରେ ଅର୍ଥ ପାଇପାରୁଛି କି ନାହିଁ ତାହା ମଧ୍ୟ ମୋ ସରକାର ଯୋଜନା ଦ୍ବାରା ତଦାରଖ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଝାରସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ