ETV Bharat / state

କଥା ରଖିଲାନି ଏନଏଲସି କମ୍ପାନୀ ! ବିଷ ପିଇଲେ ଜମିହରା - ଏନଏଲସି କମ୍ପାନୀର ମନମାନୀ

ଚାକିରି ଦେବାକୁ କଥା ଦେଇ କଥା ରଖିଲାନି ଏନଏଲସି କମ୍ପାନୀ । ନିରାଶ ହୋଇ ବିଷ ପିଇଲେ ଜମିହରା । ଅଧିକ ପଢନ୍ତୁ

କଥା ରଖିଲାନି ଏନଏଲସି କମ୍ପାନୀ ! ବିଷ ପିଇଲେ ଜମିହରା

author img

By

Published : Aug 9, 2022, 8:13 AM IST

ଝାରସୁଗୁଡା: ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ଏନଏଲସି କମ୍ପାନୀ । ଜମି ଅଧିଗ୍ରହଣ କରିବା ପରେ ମନମାନୀ ଚଳାଇଛି ଏହି ଶିଳ୍ପ ସଂସ୍ଥା । ଜମି ଅଧିଗ୍ରହଣ ସମୟରେ କମ୍ପାନୀ ଜମିହରାଙ୍କୁ ଚାକିରୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଜମି ମିଳିବା ପରେ ଏନଏଲସି ଏବେ ନିଜ କଥାରୁ ମୁହଁ ମୋଡିଥିବା ଅଭିଯୋଗ ହୋଇଛି । ବାରମ୍ବାର କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚାକିରୀ ଭିକ୍ଷା କରି ନିରାଶ ହେବା ପରେ ଶେଷରେ ଜମିହରା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଝାରସୁଗୁଡା ଜିଲ୍ଲା ତଲାବିରା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ପ୍ରକାଶ ପାଇଛି ।

କଥା ରଖିଲାନି ଏନଏଲସି କମ୍ପାନୀ ! ବିଷ ପିଇଲେ ଜମିହରା

ସୂଚନାଯୋଗ୍ୟ, ଝାରସୁଗୁଡା ତଲାବିରା ଗାଁ ସ୍ଥିତ ବୁଧିଆପାଲିର ରାଜୁ ବୁଧିଆଙ୍କ ଜମି ଅଧିଗ୍ରହଣ କରିଥିଲା ଏନଏଲସି କମ୍ପାନୀ । ଜମି ଅଧିଗ୍ରହଣ ସମୟରେ କମ୍ପାନୀ ତାଙ୍କୁ ଚାକିରି ଦେବାକୁ କଥା ଦେଇଥିଲା । ହେଲେ ଏବେ ରାଜୁ ଚାକିରି ପାଇଁ ଦାବି କରୁଥିଲେ ହେଁ କମ୍ପାନୀ ଏଥିପ୍ରତି କର୍ଣ୍ଣପାତ କରୁନାହିଁ ବରଂ ନିଜର ମନମାନୀ ଚଳାଇ ରାଜୁଙ୍କ ଜମି ଉପରେ ମାଟି ପକାଇବା ଆରମ୍ଭ କରିଛି । ଏହାକୁ ବିରୋଧ କରି ରାଜୁ ଚାକିରି ନ ଦେଲେ ଜମି ଫେରାଇ ଦେବାକୁ ଅନୁରୋଧ କରିଥିଲେ । ଯଦି ସେପରି ନ ହୁଏ ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଥିଲେ ।

କିନ୍ତୁ ରାଜୁଙ୍କ କଥାକୁ ହାଲୁକାରେ ନେଇ ନିଜର ଦାଦାଗିରି ଜାରି ରଖିଥିଲେ କମ୍ପାନୀ କର୍ତ୍ତୃପକ୍ଷ । ଶେଷରେ ଉପାୟ ନ ପାଇ ରାଜୁ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏନେଇ ଖବର ପାଇ କମ୍ପାନୀ ଅଧିକାରୀମାନେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡ଼ି ଫେରାର ହୋଇଛି । ବର୍ତ୍ତମାନ ରାଜୁ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.