ETV Bharat / state

ଆତଙ୍କ ଖେଳାଉଥିଲା ମାଙ୍କଡ, ୧୭ ଦିନ ପରେ ଉଠାଇନେଲା ବନବିଭାଗ - ମାଙ୍କଡର ଆତଙ୍କ

ଝାରସୁଗୁଡା ସହରରେ ଦୀର୍ଘ ଦିନ ଧରି ଆତଙ୍କ ଖେଳାଇଥିଲା ମାଙ୍କଡ । ଛୋଟ ଛୋଟ ପିଲାଙ୍କୁ ଟାର୍ଗେଟ କରି ସେମାନଙ୍କୁ ଆଘାତ ପହଞ୍ଚାଉଥିଲା ସେ । ଶେଷରେ 'ଅପେରେସନ ମଙ୍କି' ଅଭିଯାନ କରି ୧୭ ଦିନ ପରେ ତାକୁ କାବୁ କରିଛି ବନବିଭାଗ।

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା
author img

By

Published : Oct 29, 2019, 11:49 PM IST

ଝାରସୁଗୁଡା: ଦୀର୍ଘ ଦିନରୁ ଝାରସୁଗୁଡା ସହରରେ ଆତଙ୍କ ଖେଳାଇଥିଲା ଏକ ମାଙ୍କଡ । ଏପରିକି ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କରି ରଖିଥିଲା ସେ। ଶେଷରେ 'ଅପେରେସନ ମଙ୍କି' ଅଭିଯାନ କରି ୧୭ ଦିନ ପରେ ତାକୁ କାବୁ କରିଛି ବନବିଭାଗ।

ମାଙ୍କଡଟି ଝାରସୁଗୁଡା ସହର ମଝିରେ ଥିବା ବ୍ୟସ୍ତବହୁଲ କକ୍ସ କଲୋନୀ ଅଞ୍ଚଳରେ ଦୀର୍ଘ ଦିନ ହେବ ଆତଙ୍କ ସୃଷ୍ଟି କରିଥିଲା । ମୁଖ୍ୟତଃ ସେ ଛୋଟ ଛୁଆଙ୍କୁ ଟାର୍ଗେଟ କରି ସେମାନଙ୍କୁ ଆଘାତ ପହଞ୍ଚାଉଥିଲା । ତେବେ ପରିସ୍ଥିତି ଅଣାୟତ୍ତ ହେବାରୁ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବନ ବିଭାଗର କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଉକ୍ତ ମାଙ୍କଡକୁ ଧରିବା ପାଇଁ ଆରମ୍ଭ କରାଯାଇଥିଲା 'ଅପେରେସନ ମଙ୍କି' ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଜାଲ ପକାଇ ମାଙ୍କଡକୁ ଧରିବା ପାଇଁ ପ୍ରୟାସ କରାଯାଇଥିଲା । ହେଲେ ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ଖସି ଯାଉଥିଲା ମାଙ୍କଡ଼ । ଶେଷରେ ମଙ୍ଗଳବାର ସ୍ଥାନୀୟ ଲୋକଙ୍କ ସହାୟତରେ ମାଙ୍ଗଡକୁ କାବୁ କରିଛନ୍ତି ବନ ବିଭାଗ କର୍ମଚାରୀ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡା ସହର ରେ ମାତିଲା ମାଙ୍କଡ, ବନ ବିଭାଗ କର୍ମଚାରୀଙ୍କୁ ନାକେଦମ କରିଥିଲା ଓ ଆତଙ୍କ ଖେଳାଇଥିଲା ଗୋଟିଏ ମାଙ୍କଡ । ଶେଷରେ ବନବିଭାଗ ପକ୍ଷ ରୁ “ଅପେରେସନ ମଙ୍କି “ ଅଭିଯାନ କରି ୧୭ ଦିନ ପରେ କାବୁ କରାଯାଇଥିବା ବେଳେ ଏବେ ଅଞ୍ଚଳ ବାସୀ ଆଶ୍ୱସ୍ତ ଲାଭ କରିଛନ୍ତି ।Body:ଝାରସୁଗୁଡା ସହର ମଝିରେ ଥିବା ବ୍ୟସ୍ତବହୁଲ କକ୍ସ କଲୋନୀ (cox colony) ଅଂଚଳରେ ଆତଙ୍କ ସୃଷ୍ଟି କରିଥିଲା ଗୋଟିଏ ମାଙ୍କଡ । ଗତ କିଛି ଦିନ ଧରି ଉତପାତ୍ ମଧ୍ୟ ମଚାଇଥିଲା । ମୁଖ୍ୟତଃ ଛୋଟ ଛୁଆ ମାନଙ୍କୁ କାମୁଡି ଏହି ମାଙ୍କଡ ଆହତ କରୁଥିଲା ଏହା ସହିତ ଲୋକେ ଘରୁବାହାରିବା ନେଇ ମଧ୍ୟ ଆତଙ୍କିତ ହୋଇଯାଇଥିଲେ । ପରିସ୍ଥିତି ଅଣଆୟତ ହୋଇପଡିବାରୁ ଏନେଇ ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ବନ ବିଭାଗର କର୍ମଚାରୀ ଏବଂ ସ୍ଥାନିୟ ଲୋକଙ୍କ ସହାୟତାରେ ଉକ୍ତ ମାଙ୍କଡକୁ ଧରିବା ପାଇଁ ଆରମ୍ଭ କରାଯାଇଥିଲା ଅପେରେସନ ମଙ୍କି । ଜାଲ ପକାଇ ମାଙ୍କଡକୁ ଧରିବା ପାଇଁ ପ୍ରୟାସ ଜାରିରହିଥିଲା । ହେଲେ ବାରମ୍ବାର ପ୍ରୟାସ କରିଥିଲେ ମଧ୍ୟ ଖସି ଯାଉଥିଲା ମାଙ୍କଡ଼ । ବନ ବିଭାଗ କର୍ମଚାରୀଙ୍କୁ ମଧ୍ୟ ଧରିବା ପାଇଁ ଏହି ଉତ୍ତ୍ୟକ୍ତ ମାଙ୍କଡ଼ ଟି ନାକେ ଦମ କରିଦେଇଥିଲା । ଶେଷରେ ମାଙ୍କଡକୁ କାବୁ କରବାରେ ବନ ବିଭାଗ କର୍ମଚାରୀଙ୍କ ସହିତ ସ୍ଥାନୀୟ ଲୋକଙ୍କ ସହାୟତରେ ଏହି ମାଙ୍ଗଡକୁ କାବୁ କରି ସେଠାରୁ ନେଇ ଆସିଛନ୍ତି ବନ ବିଭାଗ କର୍ମଚାରୀ

byte1:- ରମେଶ ଚନ୍ଦ୍ର ନାଥ, ଫରେଷ୍ଟର, ଝାରସୁଗୁଡା ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.