ETV Bharat / state

‘କୋରୋନାର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ସଜାଗ ରାଜ୍ୟ’ - ଓଡିଶାରେ ନୂଆ ଷ୍ଟ୍ରେନର କରୋନା ଭାଇରସ ଭୟ

ବ୍ରିଟେନ୍‌ ଫେରନ୍ତା କୋରୋନା ଆକ୍ରାନ୍ତଙ୍କଠାରେ ନୂଆ ପ୍ରଜାତିର ଭାଇରସ୍‌ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି । ଏହାକୁ ନେଇ ଆଗୁଆ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି(ଶନିବାର) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

ଓଡିଶାରେ ନୂଆ ଷ୍ଟ୍ରେନର କୋରୋନା ଭାଇରସ ଭୟ; ନବ ଦାସ

author img

By

Published : Dec 26, 2020, 4:53 PM IST

ଝାରସୁଗୁଡା: ବ୍ରିଟେନ୍‌‌ରେ ନୂଆ ପ୍ରଜାତିର କୋରୋନା ଭୂତାଣୁକୁ ନେଇ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଭାରତ ଏ ଦିଗରେ ସତର୍କତା ପଦକ୍ଷେପ ଗ୍ରହଣ କରିଛି । ସେହିଭଳି ନୂଆ ଷ୍ଟ୍ରେନର କରୋନା ଭାଇରସକୁ ନେଇ ସତର୍କତା ମୂଳକ ପଦକ୍ଷେପ ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଆଜି(ଶନିବାର) ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ଓଡିଶାରେ ନୂଆ ଷ୍ଟ୍ରେନର କୋରୋନା ଭାଇରସ ଭୟ; ନବ ଦାସ

ଭୁବନେଶ୍ୱର ବିମାନ ବନ୍ଦର ସମେତ ବୀର ସୁରେନ୍ଦ୍ର ସାଏ ଝାରସୁଗୁଡା ବିମାନବନ୍ଦରର ଉପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି । ବିମାନରେ ବ୍ରିଟେନରୁ ଫେରୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ, ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି ।

ବ୍ରିଟେନରୁ ଫେରିଥିବା ଯାତ୍ରୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବ୍ରିଟେନ୍‌ ଫେରନ୍ତା କୋରୋନା ଆକ୍ରାନ୍ତଙ୍କଠାରେ ନୂଆ ପ୍ରଜାତିର ଭାଇରସ୍‌ ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ବିଶେଷଜ୍ଞ ଦଳ ଅନୁଧ୍ୟାନ ଜାରି ରଖିଛନ୍ତି । ଏହାକୁ ନେଇ ଆଗୁଆ ଗାଇଡଲାଇନ୍ ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗାଇଡଲାଇନରେ କୁହାଯାଇଛି ବ୍ରିଟେନରୁ ଓଡିଶାକୁ ଫେରିଥିଲେ ୧୪ ଦିନ ସଙ୍ଗରୋଧରେ ବାଧ୍ୟତାମୂଳକ ଭାବେ ରହିବାକୁ ପଡିବ । ସେହିପରି ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିଲେ ଦେବାକୁ ପଡିବ ତଥ୍ୟ ।

ଝାରସୁଗୁଡାରୁ ରବି ନାବାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.