ଝାରସୁଗୁଡା: ଦୁଇ ବୃଦ୍ଧ ଦମ୍ପତିଙ୍କ ଗଳିତ ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗର ଠାରେ । ଘଟଣା ଅନୁସାରେ କିଛିଦିନ ପୂର୍ବରୁ ମୃତ ବୃଦ୍ଧ ଦମ୍ପତିଙ୍କ ବୋହୂ କୋରୋନାରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ପୁଅ ବୁର୍ଲା ଠାରେ ବୋହୂର ଚିକିତ୍ସା ପାଇଁ ଯାଇଥିବା ବେଳେ ଘରେ ବୃଦ୍ଧ ଦମ୍ପତିଙ୍କୁ ଛାଡି ଯାଇଥିଲେ ।
ପଡୋଶୀ ଘର ସହ କଥା ହୋଇ ସେମାନଙ୍କ ଖାଇବା ବନ୍ଦୋବସ୍ତ ବି କରାଯାଇଥିଲେ । ତେବେ ଦୁଇ ଦିନ ଆଗରୁ ମୃତକ ମାନେ ଘର ଭିତରେ ରହିଥିବା ବେଳେ କୌଣସି ଉତ୍ତର ଦେଇନଥିଲେ । କୋରୋନା ପଜିଟିଭ ଘର ହୋଇଥିବାରୁ ପଡୋଶୀ ଘର ଲୋକେ ମଧ୍ୟ ଧ୍ୟାନ ଦେଇନଥିଲେ । ଆଜି(ଶୁକ୍ରବାର) ଉକ୍ତ ଘରୁ ଗନ୍ଧ ବାହାରିବା ଫଳରେ ଆଖ ପାଖ ଲୋକେ ଓରିଏଣ୍ଟ ଥାନାକୁ ସୂଚନା ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ